-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ବ୍ରହ୍ମପୁର, (ପ୍ରେରଣା ଖବର ବ୍ୟୁରୋ) : କଲେଜ ସମ୍ମୁଖରୁ ଲୁଟ୍ । ୨ଜଣ ଦୁର୍ବୃତ୍ତ ବାଇକରେ ଆସି ଝାମ୍ପିନେଲେ ୨ଲକ୍ଷ ଟଙ୍କା । ଲୁଟେରା ଆକ୍ରମଣରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରୋଲଣ୍ଡ କଲେଜ ସମ୍ମୁଖରୁ ଲୁଟ୍ ହୋଇଛି ।
ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରୋଲଣ୍ଡ କଲେଜ ସମ୍ମୁଖରେ ଜଣେ ବାଇକ୍ ଆରୋହୀ କୌଣସି କାମରେ ଆନ୍ଧ୍ରକୁ ଯାଉଥିଲା । ଠିକ୍ ଏହି ସମୟରେ ପଛରୁ ୨ଜଣ ଲୁଟେରା ବାଇକ ଆରୋହୀଙ୍କୁ ଆକ୍ରମଣ କରିଥିଲେ, ଏବଂ ଲୁଟି ନେଇଛନ୍ତି ୨ଲକ୍ଷ ଟଙ୍କା । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାଇକ ଆରୋହୀନ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।