-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଢେଲେଇ ଗ୍ରାମର ଜଣେ ଲୋକପ୍ରିୟ କଳାକାର ଶ୍ରୀଯୁକ୍ତ ଇନ୍ଦ୍ରଜିତ କୁମ୍ଭାରଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ସେ ଥିଲେ ଏକାଧାରରେ ଜଣେ ଢୋଲ ବାଦକ, ମୁହୁରିଆ ଓ ଦଣ୍ଡ ଗୁରୁ । ସ୍ଥାନୀୟ ଜଉଁରାଭଉଁରା ଅଞ୍ଚଳରେ ତାଙ୍କୁ ଢୁଲିଆ ଗୁରୁ ବୋଲି କୁହାଯାଏ । ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁତ୍ର ନାତି ଓ ବନ୍ଧୁବର୍ଗ ଥିଲେ । ପୁଅ ସଦାନନ୍ଦ କୁମ୍ଭାର ମୁଖାଗ୍ନି ଦେଇଥିଲେ । କଳାକୁ ନିଜର ସୌଖୀନ ବୃତ୍ତିଭାବେ ଗ୍ରହଣ କରିଥିବା ଇନ୍ଦ୍ରଜିତଙ୍କୁ ଢ଼େଲେଇ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶ୍ରେଷ୍ଠ କଳାକାର-୨୦୨୫ ଭାବରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ସବୁଠାରୁ ବୟୋଜ୍ୟେଷ୍ଠ ନାଗରିକ ଭାବରେ ସେ ଢେଲେଇ ଵିଦ୍ୟାଲୟରେ ଗତବର୍ଷ ଜନରାଜ୍ୟ ଦିବସରେ ପତାକା ଉତ୍ତୋଳନ କରି ଦେଶକୁ ସ୍ଵାଧୀନ ଆଣିବାରେ ପ୍ରମୁଖ ଭୂମିକା ନିଭାଇଥିବା ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ର ମାନଙ୍କର ଅବଦାନ ଉପରେ କିଛି କହିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ । ତାଙ୍କରି ଲୋକପ୍ରିୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।