-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ବିନିକା ବ୍ଲକ କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଅକ୍ଷିମୁଠି କାର୍ଯ୍ୟକ୍ରମ ପ୍ରୋଗ୍ରାମ କୋଡ଼ିନେଟର ବାବୁଲୁ ବିଶିଙ୍କ ସଂଯୋଜନାରେ ଏବଂ ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମହାକୁରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର,ରାଜ୍ୟ କୃଷକ ସଂଯୋଜକ ଅଶୋକ କୁମାର ପୃଷ୍ଟି,କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ନବକୃଷ୍ଣ ଦନ୍ତା, ମେଘଲା ମଣ୍ଡଳ ସଭାପତି ବାସୁଦେବ ମେଲ୍ଲୀ,ଜୁଳୁଣ୍ଡା ମଣ୍ଡଳ ସଭାପତି ଉପେନ୍ଦ୍ର ପ୍ରସାଦ ନାଏକ, ରସେଶ୍ୱରୀ ସାହୁ,ପୂର୍ଣ୍ଣଚନ୍ଦ୍ର ମେହେର,ଟିକେଲାଲ ସମେତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବହୁ ଚାଷୀ ଯୋଗଦେଇଥିଲେ । ଉକ୍ତ ସଭାରେ ବିଭିନ୍ନ ପ୍ରକାର ଚାଷୀ ଯଥା ମାଛ ଚାଷ,ପନିପରିବା ଚାଷ,ବତକ ଚାଷ ଆଦି ଅନେକ ପ୍ରକାର ଚାଷ କରି ଅଗ୍ରଣୀ ଲାଭ କରିଥିବା ଚାଷୀ ମନ୍ତୋଷ ଛନ୍ଦ, ଗଣେଶ ଚାଉଳିଆ,ଜାଗୃତି ଏସ ଏଚ ଜି ଗ୍ରୁପ୍,ଗଣେଶ ବାବୁ,କୈବଲ୍ୟ ସାହୁ,ହରିବୋଲ କଲତା,ବନମାଳୀ ମୁଣ୍ଡା,କିଶୋର ପୁରୋହିତ,ପଞ୍ଚାନନ ମୁଣ୍ଡା, ଆଚାର୍ଯ୍ୟ ବାରିକ ଆଦି ଚାଷୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଉସତ କର ଧନ୍ୟବାଦ ଅର୍ପଣ କରିଥିଲେ।