-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ଆଜି ଭୋର ସକାଳୁ ଗୋପାଳପୁର ଥାନା ଅର୍ନ୍ତଗତ ନୁଆ କୋରାପଲୀ ଗ୍ରାମର ଆଇ ଟି ଆଇ କଲେଜରେ ଅଧ୍ୟୟନ କରୁଥିବା ଜଣେ ଯୁବତୀକୁ ନିର୍ମମ ଭାବେ ହୋଇଛି ଓ ହତ୍ୟାକାରୀ ମୁନା ଖାଁ ନାମକ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ଯୁବତୀର ପରିବାର ଲୋକେ କେହି ଘରେ ଘରେ ନଥିବା ବେଳେ ଅଭିଯୁକ୍ତ ଯୁବକ ଘର ପଛପଟେ ଆସି ଏକ ସାବଳରେ ମୁଣ୍ଡକୁ ମାଡ଼ ମାରିବା ସହ ଛୁରୀ ରେ ଦେହ ସାରା କାଟି ଦେଇଥିବାରୁ ଯୁବତୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକଙ୍କ ଠାରୁ ପ୍ରକାଶ। ପରିବାର ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ ହତ୍ୟାକାରୀ ମୁନା ଖାଁ ମୃତ ଯୁବତୀକୁ ଏକତରଫା ଭଲ ପାଉଥିଲା ଓ ସେ ସହମତି ନ ହେବାରୁ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳ ଓ ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ରହୁଥିବା ମୁନା ଖାଁ ଏହି ଭଳି ହତ୍ୟା କରିଛି। ଖବର ପାଇ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।