-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

30-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ  ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏଵଂ କୃଷକ ଦିବସ ତଥା "ଅଖିମୁଠି ଅନୁକୂଳ" କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରାଶିଷ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟନ ହେବା ସହ ଅଧିକ ଫସଲ ଅମଳ ନିମନ୍ତେ ପୂଜାର୍ଚ୍ଚନା କରିଵା ସହ ଚାଷୀ ଭାଇଭଉଣୀଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ବଦ୍ଧପରିକର, ସେମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି କହିଛନ୍ତି। ସୂଚନା ଯୋଗ୍ୟକି, ଏହି ଅବସରରେ ବରଗଡ଼ ଜିଲ୍ଲା ସର୍ବମୋଟ ୧,୯୫, ୩୭୦ ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ପିଏମ କିସାନ ସମ୍ମାନ ନିଧି ଟଙ୍କା ଡିବିଟି ମାଧ୍ୟମରେ ଆସିଥିବା ବେଳେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ପୁରସ୍କୃତ କରିବା ସହ କିଛି ଚାଷୀଙ୍କୁ ଟ୍ରାକ୍ଟର କିଣିବା, କୃଷି ଉଦ୍ୟୋଗ ଖୋଲିବା ଚାଷୀଙ୍କୁ ସବସିଡି ଟଙ୍କା ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ କୋମ୍ବାଇନ ହାର୍ଭେଷ୍ଟର କ୍ରୟ ନିମନ୍ତେ ଅତାବିରା ବ୍ଲକ ଖରମୁଣ୍ଡାର ଉମାକାନ୍ତ ପ୍ରଧାନ ଓ ଚକୁଳି ଗ୍ରାମର ରିମାଲପୁଡି ଡୁଗାଦେବୀଙ୍କୁ  ୩ ଲକ୍ଷ,  ଟ୍ରାକ୍ଟର କ୍ରୟ ନିମନ୍ତେ ବରଗଡ଼ ବ୍ଲକ ତୋରା ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କୁ  ୧. ୫ ଲକ୍ଷ ଓ କଳାପାଣିର ରାଜୁ ସାହୁଙ୍କୁ ୧. ୨ ଲକ୍ଷ ସବସିଡି ଟଙ୍କା ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଛି।କାଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶନ୍ନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ଶ୍ରୀ ପ୍ରଶନ୍ନ କୁମାର ପାଣ୍ଡେ, ପୌରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଲୋକ ପ୍ରତିନିଧି, ଅଂଚଳର ଚାଷୀ ଏବଂ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଜଡିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like