-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଗତକାଲି ଛୁରାମାଡ଼ କରି ଫେରାର ମାରିଥିବା ଚାରି ଜଣ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗତକାଲି ଦିନ ଦ୍ୱିପହରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ଠାରେ ଚାରିଜଣ ଯୁବକ ଆସି କାକା ଗୋପଲଜି ମେହର ଓ ପୁତୁରା ପ୍ରମୋଦ ମେହେର କେନାଲକୁ ଗାଧୋଇବାକୁ ଯିବା ସମୟରେ ସାମାନ୍ୟ କଥା କଟାକଟିକୁ ନେଇ ଛୁରାମାଡ଼ କରି ଫେରାର ହୋଇଥିଲେ l ଛୁରା ମାଡ଼ରେ କାକା ଗୋପାଳଜି ମେହେର ଗୁରୁତର ଥିବା ବେଳେ ପୁତୁରା ପ୍ରମୋଦ ମେହେର ଆହତ ହୋଇଥିଲେ l ଏନେଇ ଡୁଙ୍ଗୁରିପାଳି ଥାନାରେ ଅଭିଯୋଗ ହେବାପରେ କେଶ ନମ୍ବର ୮୫ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିଲା l ଡୁଙ୍ଗୁରିପାଳି ପୋଲିସ ଘଟଣାର ତଦନ୍ତ ପରେ ୪ଜଣ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି l ଚାରି ଜଣ ଯୁବକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଅତୋଷ ବଗର୍ତ୍ତି, ଲିଙ୍ଗରାଜ ବଗର୍ତ୍ତି, ତୁଷାର ଶର୍ମା,ରାକେଶ ବାହାବଲ କଟୁଆଲ ବୋଲି ଜଣାପଡିଛି l