-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ଚରଦାରେ ଚାଲି ଥିବା ରାମଲୀଳା ଉତ୍ସବର ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ କୁମ୍ଭକର୍ଣ୍ଣ ବଧ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣଙ୍କୁ ଇନ୍ଦ୍ରଜିତ ନାଗଫାଶରେ ବାନ୍ଧି ଦେଇଥିବା ବେଲେ ଗରୁଡ଼ ଆସି ବେନିଭାଇଙ୍କୁ ମୁକ୍ତ କରିଥିଲେ। ପର ମୁହୂର୍ତ୍ତରେ ରାବଣ ଭ୍ରାତା କୁମ୍ଭକର୍ଣ୍ଣକୁ ଯୁଦ୍ଧ ଭୂମିକୁ ପ୍ରେରଣ କରିଥିଲା। କିନ୍ତୁ ପ୍ରଭୁ ରାମଚନ୍ଦ୍ରଙ୍କ ପରାକ୍ରମରେ ସେ ପରାସ୍ତ ହୋଇଥିଲା ଏବଂ ତାହାକୁ ରାମଚନ୍ଦ୍ର ନିଧନ କରିଥିଲେ। ଆଜି ଅନୁଷ୍ଠିତ ନାଟକର ବିଭିନ୍ନ ଭୂମିକାରେ ରାମ ଭାଗ୍ୟଧର ଥନାପତି,ଲକ୍ଷ୍ମଣ ସୌମିତ୍ର ଥନାପତି,ହନୁମାନ କାମପାଳ ଥନାପତି,ବିଭିଶଣ ଜଗନ୍ନାଥ ଥନାପତି,ଇନ୍ଦ୍ରଜିତ ଜିତେନ୍ଦ୍ର ଥନାପତି,ରାବଣ ସଦା ବାରିକ ପ୍ରମୁଖଙ୍କ ଅଭିନୟ ବେଶ ଚିତ୍ତାକର୍ଷକ ଥିଲା ।