-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
(ଡୋଲେଶ୍ୱର ବାଗ )
ନୂଆପଡା ଜ଼ିଲ୍ଲା ଖରିଆର ରୋଡ଼ ସ୍ଥିତ ମାରୱାଡ଼ୀ ଯୁବା ମଞ୍ଚ ଜାଗୃତି ଶାଖା ତରଫରୁ ଶୁଭମ ତାଣ୍ଡିଙ୍କୁ ସେମାନଙ୍କର ମାନବିକ ସେବାକୁ ସ୍ୱୀକାର କରି ସମ୍ମାନିତ କରାଯାଇଛି। ସେ ଗରିବ ଓ ଗୁରୁତର ରୋଗୀଙ୍କ ପାଇଁ ନିରନ୍ତର ରକ୍ତ ବ୍ୟବସ୍ଥା କରି ତାଙ୍କ ଜୀବନ ରକ୍ଷାରେ ଏକ ମୂଲ୍ୟବାନ ଭୂମିକା ନିଭାଇଛନ୍ତି।ତାଙ୍କର ଏହି ଅନନ୍ୟ ସେବାଭାବ, ନିଷ୍ଠା ଓ ସମର୍ପଣ ସ୍ଥାନୀୟ ତଥା ଜିଲ୍ଲାସ୍ତରରେ ଅନେକଙ୍କୁ ପ୍ରେରଣା ଦେଉଛି। ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ଲକ୍ଷ୍ୟ କରି କାମ କରୁଛନ୍ତି। ଏହି ସମ୍ମାନ ତାଙ୍କ ପ୍ରତି ଏକ ପ୍ରଶଂସାର ପ୍ରତିକ।
ସେ ଗୁଡ଼ଭେଳି ଗ୍ରାମ, ଖରିଆର ବ୍ଲକ, ନୂଆପଡ଼ା ଜିଲ୍ଲାର ଅତି ସାଧାରଣ ପରିବାରରୁ ଆସି ବ People's Hope Foundation ନାମକ ଏକ ମାନବିକ ସଂଗଠନ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି।ମଞ୍ଚ ପକ୍ଷରୁ କହାଯାଇଛି ଯେ, "ଏପରି ଯୁବକଙ୍କ ସମର୍ପଣ ଓ ସେବାଭାବ ଦ୍ୱାରା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରବ