-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ନୂତନ ଭାବେ ଯୋଗଦାନ କରିଥିବା କନିଷ୍ଠ ଶିକ୍ଷକ ଭାବେ ସୁପ୍ରଭା ପଟେଲ, ମାନସ କୁମାର ସାହୁ, ଶିବାନୀ ଦାସ, ପୂଜା ଠାକୁର ଙ୍କୁ କ୍ଲଷ୍ଟର ତରଫରୁ ସ୍ଵାଗତ କରାଯିବା ସହ ଖମାରମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ଦେବତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି । ଏହି ସଭାରେ ଶ୍ରୀମତୀ ରଞ୍ଜିତା ରଶ୍ମି ସାହୁ, ପ୍ରଧାନ ଶିକ୍ଷକ ଜାମସର ସରକାରୀ ପ୍ରାଥମିକ ବିଦ୍ୟାଳୟ ସଭାପତିତ୍ବ କରିଥିବାବେଳେ ସ୍ଥାନୀୟ ସିଆରସିସି ରଞ୍ଜିତ ମିଶ୍ର, ଗଜାନନ ଷଡଙ୍ଗୀ ପ୍ରଧାନ ଶିକ୍ଷକ ଚାରବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ମଞ୍ଚାସିନ ରହି ଶ୍ରୀମତୀ ଦେବତାଙ୍କ ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଲମୁଣ୍ଡା ସିଆରସିସି ପ୍ରମୋଦ କୁମାର ପଟେଲ, ପୂର୍ବତନ ସିଆରସିସି ତଥା ଫଟକରା (ଖ) ଉ ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦତ୍ତ ପଟେଲ, ଶିକ୍ଷକ ବିଜୟ କୁମାର ଦାସ, ଉକାଲୁ ସା, ଶିକ୍ଷୟତ୍ରୀ ଦିପ୍ତୀମୟୀ ନାଏକ ପ୍ରମୁଖ ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କ ବିଷୟରେ କହିବା ସହ ଉତ୍ତରୋତ୍ତର କାମନା କରିଥିଲେ।ଏହି ଅବସରରେ ଶିକ୍ଷୟିତ୍ରୀ ନିଭାମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ - ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।