-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ନିଜ ଅଞ୍ଚଳରେ କାମ ଧନ୍ଦା ନମିଳିବାରୁ ପରିବାର ପରିପୋଷନ ପାଇଁ ନିଜ ଭିଟାମାଟି ଛାଡ଼ି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳକୁ କାମ କରି ଆସିଥିଲେ ବାପ ଓ ଝିଅ ।ହେଲେ କାମ କରିବାର କିଛିଦିନ ପରେ ନାବାଳିକା ଝିଅକୁ ଜଣେ ଯୁବକ କୁଆଡେ ନେଇ ଫେରାର ହେବାର ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଘଟଣାର ୪ଦିନ ପରେ ବି ପୋଲିସ ନାବାଲିକାକୁ ଉଦ୍ଧାର କରିବାରେ ବିଫଳ ହୋଇଛି ।ଖବର ଅନୁଯାୟୀ ବରପାଲି ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମର ନାଭିଦାସ(୪୪) ପରିବାର ପରିପୋଷଣ ପାଇଁ ନିଜ ୧୪ବର୍ଷିଆ ଝିଅକୁ ସାଥିରେ ଆଣି ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ପାପୀ ଗ୍ରାମର ଗୋଟିଏ ଇଟାଭାଟିରେ ଇଟା ଗଢ଼ିବା ପାଇଁ ଆସିଥିଲେ । ବାପା କାମ କରୁଥିବା ସୁଯୋଗ ନେଇ ଗତ ୨୮ ତାରିଖ ରାତିରେ ନିକଟ ଜାମପାଳି ଗ୍ରାମର ଜଣେ ଯୁବକ ବିନୋଦ ଝରା ନାବାଳିକା ଝିଅକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଓ ଲୋଭନୀୟ କଥା କହି ସେହି ରାତ୍ରିରେ କୁଆଡେ ନେଇ ପଳାଇ ଯାଇଥିବା ବାପ ନାଭି ବିନିକା ଥାନାକୁ ଆସି ୨୯ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।ଥାନା କେଶ ନଂ ୫୮ ରେ ପୋଲିସ ଉକ୍ତ ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି ।ହେଲେ ଦୀର୍ଘ ୪ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ ହୋଇଥିବାରୁ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ସଂଧେହ ସୃଷ୍ଟି କରୁଛି ।ତେବେ ଝିଅର କୌଣସି ପତ୍ତା ଅଦ୍ୟାବଧି ମିଳି ନଥିବାରୁ ବାପା ଦୁଃଖରେ ଭାଙ୍ଗି ପଡିବା ସହିତ ତୁରନ୍ତ ଝିଅକୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।