-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ରାଜ୍ୟ

ହୃଷୀକେଶ ମଲ୍ଲିକ ଜଣେ ପ୍ରଜ୍ଞାଦୀପ୍ତ କବି : ଅଶୋକ ବାଜପେୟୀ;ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ହୃଷୀକେଶ କବିତା ସନ୍ଧ୍ୟା ଆୟୋଜନ

26-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): ୱାର୍ଲଡ ଓଡ଼ିଶା ସୋସାଇଟି ( ୱାଓସୋ) ପକ୍ଷରୁ ଏଠାରେ ହୃଷୀକେଶ କବିତା ସନ୍ଧ୍ୟା ମହା ସମାରୋହରେ ଆୟୋଜନ କରାଯାଇଛି। ପ୍ରଖ୍ୟାତ କବି ହୃଷୀକେଶ ମଲ୍ଲିକଙ୍କର ସାହିତ୍ୟ ସାଧନାକୁ ଶ୍ରଦ୍ଧା, ସ୍ୱୀକୃତି ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ଏହି ସାରସ୍ବତ ଆସର ବେଶ ରୋଚକ ଥିବା ଦେଖା ଯାଇଥିଲା।  ଓଡ଼ିଆ ଭାଷାରେ ଚାଳିଶଟିରୁ ଉର୍ଦ୍ଧ୍ବ ପୁସ୍ତକର ମହାନ ରଚୟିତା ଶ୍ରୀ ମଲ୍ଲିକଙ୍କର ନିର୍ବାଚିତ କବିତା ଗୁଡିକୁ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ କନ୍ନଡ଼ ଭାଷାରେ ଅନୁବାଦ କରାଯାଇଛି। ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି କବିତା  ସନ୍ଧ୍ୟାରେ ବହୁ ବିଶିଷ୍ଟ ସାହିତ୍ୟିକ,ୱାଓସୋର  କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଗଣ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା ଏବଂ ତୁଙ୍ଗ ପ୍ରବାସୀ ଓଡ଼ିଆମାନେ ଯୋଗ ଦେଇଥିଲେ ।

ପ୍ରେସ କ୍ଲବ ଅଫ ଇଣ୍ଡିଆଠାରେ ଅନୁଷ୍ଠିତ ମୁଖ୍ୟ ଉତ୍ସବରେ ଆମନ୍ତ୍ରିତ ଅତିଥି ଓ ବକ୍ତାମାନେ ଯୋଗ ଦେଇଥିବା ବେଳେ ,ଡିଜିଟାଲ ନେଟୱାର୍କ ମାଧ୍ୟମରେ ଶତାଧିକ ବୈଶିକ ଓଡ଼ିଆ ଏହି ସମାରୋହରେ ସାମିଲ ହୋଇଥିବା ଜଣାଯାଇଥିଲା। ଉତ୍ସବର ଗାମ୍ଭୀର୍ଯ୍ୟକୁ ଲକ୍ଷ୍ୟ ରଖି ପ୍ରେସ କ୍ଲବର କନ୍ଫରେନ୍ସ ରୁମକୁ ଖୁବ ସୁନ୍ଦର ଭାବରେ ସଜାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହେବା ସାଙ୍ଗକୁ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନାରେ ଭରିଉଠିଥିଲା । 

ସଭାରେ ସ୍ଵାଗତ ଭାଷଣ ପ୍ରଦାନ କରି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ସାହିତ୍ୟ ଦୁନିଆରେ ୱାଓସୋର ଉପସ୍ଥିତିକୁ ସୁଦୃଢ ଓ ସୁବ୍ୟାପ୍ତ କରିବା ପାଇଁ ସମସ୍ତଙ୍କର ସଦିଚ୍ଛା ଓ ସହଯୋଗ କାମନା କରିଥିଲେ। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ବିଖ୍ଯାତ କବି ଅଶୋକ ବାଜପେୟୀ, ହୃଷୀକେଶ ମଲ୍ଲିକ ଜଣେ ଦୂରଦୃଷ୍ଟି ସମ୍ପନ୍ନ, ବିସ୍ତୃତ ଦିଗନ୍ତର କବି, ଯାହାଙ୍କର ମନୋଯୋଗ କବିତାରେ ସଦା ଜାଗ୍ରତ ଥାଏ। ତାଙ୍କର କବିତା ସୃଷ୍ଟିରେ ଆଖପାଖର ଚିହ୍ନା ମଣିଷ ଓ କାଳ୍ପନିକ ଚରିତ୍ରମାନେ ଖୁବ ନିକଟରୁ ଧରା ଦିଅନ୍ତି। ଭାରତୀୟ କବିତା ଜଗତରେ ଶ୍ରୀ ମଲ୍ଲିକ ଜଣେ ପ୍ରଜ୍ଞାଦୀପ୍ତ, କଳାତ୍ମକ ସାମର୍ଥ୍ୟରେ ପରିପୂର୍ଣ୍ଣ ,ଗଭୀର ଅନ୍ତର୍ବୋଧର କବି ବୋଲି ଶ୍ରୀ ବାଜପେୟୀ ଦର୍ଶାଇଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରାଧ୍ୟାପକ ସୁମନ୍ୟୁ ଶତପଥୀ, ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପକ ଦେବେନ୍ଦ୍ର ଚୌବେ, ଓଡ଼ିଆ ଶିକ୍ଷା ବିଭାଗ ଚେୟାରର ପ୍ରଫେସର ଉଦୟନାଥ ସାହୁ,  ପ୍ରସିଦ୍ଧ କୁଟନୀତିଜ୍ଞ ଓ କବି ଅମରେନ୍ଦ୍ର ଖଟୁଆ, ସ୍ୱନାମଧନ୍ୟ କବୟତ୍ରୀ ମନ୍ଦିରା ଘୋଷ ପ୍ରମୁଖ ହୃଷୀକେଶ ମଲ୍ଲିକଙ୍କର ସୃଜନଶୀଳତାର ଶ୍ରେଷ୍ଠତା ଓ ସ୍ଵାତନ୍ତ୍ରତାର ଭୂୟସୀ ପ୍ରଶଂସା କରିଥିଲେ। ଯଶୋଧାରା ମିଶ୍ର, ଲୀଳାଧର ମାଣ୍ଡଲୋଇ, ଶିବମ ସିଂ, ପ୍ରାଣଜୀ ବାସକ, ପିଜୁସ ବିଶ୍ବାସ ଓ ସୁଜାତା ଚୌଧୁରୀ ପ୍ରମୁଖ ପ୍ରତିଷ୍ଠିତ ଓ ପ୍ରତିଭାବାନ କବି ତଥା କବୟତ୍ରୀମାନେ ଶ୍ରୀ ମଲ୍ଲିକଙ୍କର ଓଡ଼ିଆ ଭାଷାରେ ଲିଖିତ ଏବଂ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନୂଦିତ କବିତାଗୁଡ଼ିକ ବେଶ ପ୍ରାଞ୍ଜଳ ଓ ପାରଦର୍ଶିତାର ସହିତ ଆବୃତ୍ତି କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କବିତା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସ୍ୱନାମଧନ୍ୟ କବି ହୃଷୀକେଶ ମଲ୍ଲିକ, ତାଙ୍କର ଭାଷଣରେ ଆଜିର କବି ପେଣ୍ଡୁ ଉପରେ ଖେଳ ଦେଖାଉଥିବା ସର୍କସର କଳାକାର ସଦୃଶ ବୋଲି କହିଥିଲେ। ଅସ୍ଥିରତାର ଭୂମି ଉପରେ ସେ ବାସ୍ତବର ଯାଦୁ ଦେଖାଇଥାଏ ବୋଲି ଶ୍ରୀ ମଲ୍ଲିକ ଦର୍ଶାଇଥିଲେ। ମୋ କବିତାର ଗୁରୁ ସେଇ ପଡ଼ୋଶୀ ଯିଏକି ସକାଳୁ ସଞ୍ଜ ମୁଠେ ଭାତ ଓ ଟିକେ ଖୁସି ପାଇଁ ବ୍ୟବସ୍ଥା ସହିତ ନିୟମିତ ଭାବେ ଲଢ଼େଇ କରିଥାଏ ବୋଲି ଡଃ ମଲ୍ଲିକ ଅବତାରଣା କରିଥିଲେ। 

ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ନନ୍ଦନ ଦ୍ଵିବେଦୀ ଓ ଅଙ୍କିତ ମୌର୍ଯ୍ୟ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ।                           

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ନୋଏଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ମନୋରଞ୍ଜନ ମହାନ୍ତି, ଆଇନଜୀବୀ ବିରଜା ମହାପାତ୍ର, ସୁରେନ୍ଦ୍ର କୁମାର ପତ୍ରୀ, ସସ୍ମିତା ତ୍ରିପାଠୀ,  ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର ସଭାପତି ନଗେନ୍ଦ୍ର ଜେନା, ଗଜେନ୍ଦ୍ର ସାହୁ, ଚକ୍ରପାଣି ପରିଡ଼ା, ଅର୍ଚ୍ଚନା ପରିଡ଼ା, ସୁରଞ୍ଜିତା ରଣା ଦାଶ, ଡଃ. ପ୍ରକାଶ କୁମାର, କଳ୍ପନା ପଟ୍ଟନାୟକ, ସହସ୍ରାଂଶୁ ମହାପାତ୍ର ସୌମ୍ଯ ରଞ୍ଜନ ସାହୁ ଓ ଦେବସ୍ମିତା ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।  

                 ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଚାଟାର୍ଡ ଏକାଉଣ୍ଟଟାଣ୍ଟ ସୁଧୀର ଦାଶ ଏବଂ ସାଥୀ କଳାକାରମାନଙ୍କ ଦ୍ଵାରା ପରିବେଷିତ ସୁମଧୁର ଓ ସୁଲଳିତ ସଙ୍ଗୀତ ଥିଲା। ହୃଷୀକେଶ କବିତା ସନ୍ଧ୍ୟାକୁ ଭବ୍ୟ ଢଙ୍ଗରେ ଆୟୋଜନ ଏବଂ ସମାପନ କରିବାରେ ୱାଓସୋର କର୍ମକର୍ତ୍ତା ଯଥା:- ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର, ସାଧାରଣ ସମ୍ପାଦିକା ଦ୍ବୟ ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା, ନୁଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ସଭାପତି ବିମଳ ଭଲ ଏବଂ ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା ପ୍ରମୁଖ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like