-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
25-Mar-2025
ଆଜି ଓଡ଼ିଶା ମାନବାଧିକାର ପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଟିମ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାନବାଧିକାର ପରିଷଦର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାଜେନ୍ଦ୍ର ମଲ୍ଲିକ, ରାଜ୍ୟ ମହିଳା ସଭାପତି ଶ୍ରୀମତୀ ପୁଷ୍ପାଞ୍ଜଳି ସିଂ, ରାଜ୍ୟ ମହିଳା ସମ୍ପାଦିକା ଶ୍ରୀମତୀ ନିଳୀମା ମିଶ୍ର, ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀ ନାରାୟଣ ଦାସଙ୍କ ସମେତ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାତ୍ର, ଜିଲ୍ଲା ଉପଦେଷ୍ଟା ଶେଖ୍ ମେହେବୁବ୍ ଅଲ୍ଲି, ରମେଶ ଚନ୍ଦ୍ର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସଦସ୍ୟ-ସଦସ୍ୟାଙ୍କ ସୁସହଯୋଗରେ ଅନୁଷ୍ଠିତ ଜିଲ୍ଲା ଟିମ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ସୂଚାରୁ ଭାବେ ସଫଳ ହୋଇଛି। ସାଧାରଣ ମଣିଷର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉ ଅବା ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଓ ଅସମାନତା ବିରୁଦ୍ଧରେ ଦୃଢ଼ ଭାବେ ଠିଆହେବେ ଏବଂ ସମାଜର ଉନ୍ନତି ପାଇଁ ପ୍ରଚାର କରିବେ ବୋଲି ଶ୍ରୀଯୁକ୍ତ ମଲ୍ଲିକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।( ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ୍)