-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||     

HOME   ଜିଲ୍ଲା

ଛାତ୍ର ଛାତ୍ରୀ ଙ୍କ ଦ୍ୱାରା " ବାଲ୍ୟ ବିବାହ କୁ ନା..." ନାଟକ ମଞ୍ଚସ୍ଥ l ଶୃଙ୍ଖଳା ହିଁ ଶିଶୁ ଙ୍କର ଅଳଙ୍କାର ହେଉ : ସୂର୍ଯ୍ୟ ପାଣିଗ୍ରାହୀ

25-Mar-2025



ଧନୁପାଲି ଶ୍ରୀ ଗଣେଶ ହାଇସ୍କୁଲ / ଉଚ୍ଚ  ବିଦ୍ୟାଳୟ )ବିଦ୍ୟାଳୟ  ରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ll
ଛାତ୍ର ଛାତ୍ରୀ ଙ୍କ ଦ୍ୱାରା " ବାଲ୍ୟ ବିବାହ କୁ ନା..." ନାଟକ ମଞ୍ଚସ୍ଥ l
ଶୃଙ୍ଖଳା ହିଁ ଶିଶୁ ଙ୍କର ଅଳଙ୍କାର ହେଉ : ସୂର୍ଯ୍ୟ ପାଣିଗ୍ରାହୀ 
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ) 
ସମ୍ବଲପୁର ସହରର ଧନୁପାଲି ସ୍ଥିତ ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟ ରେ ଆଜି ଏକ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି କର୍ମଶାଳା ରେ ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୂର୍ବତନ ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚନା ପାଣି ଓ ଅବିଭାବକ ସବିତା ବୁଡ଼ା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ବେହେରା ଙ୍କର ସଂଯୋଜନା ରେ ଆୟୋଜିତ ଏହି କର୍ମଶାଳା ରେ ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ତଥା ତତ ସମ୍ପର୍କିତ ଆଇନ ବିଷୟରେ ଆଲୋଚନା କରିଥିଲେ l "ବେଟି ବଚାଓ ବେଟି ପଢ଼ାଓ " ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ଆଲୋଚନା ପୂର୍ବକ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦେବା ସହ ସେମାନଙ୍କୁ ଶିକ୍ଷିତ କରିବାର ଆବଶ୍ୟକ ରହିଛି ବୋଲି କହିଥିଲେ l ଏହି ଶିଶୁ ଅବସ୍ଥା ହିଁ ଜୀବନରେ ଶୃଙ୍ଖଳା ଶିକ୍ଷା ଶିଖିବା ଉଚିତ, କାରଣ ଶୃଙ୍ଖଳା ହିଁ ସୁସ୍ଥ ସାମାଜିକ ଜୀବନ ପାଇଁ ଏକ ମୁଖ୍ୟ ଅଳଙ୍କାର ର କାର୍ଯ୍ୟ କରିଥାଏ l ଜୀବନରେ ପ୍ରତିଷ୍ଠା ପାଇବା ପାଇଁ ସଦା ସର୍ବଦା ଶିଶୁ ମାନେ ବ୍ରତୀ ହେବା ଉଚିତ ବୋଲି ସମାଜସେବୀ ଶ୍ରୀ ପାଣିଗ୍ରାହୀ ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ l  ସମ୍ମାନିତ ଅତିଥି ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ  "କୈଶୋର ଅବସ୍ଥା ରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସ୍ୱଚ୍ଛତା" ବିଷୟରେ ଆଲୋଚନା ପୂର୍ବକ ଶିଶୁ ମାନଙ୍କୁ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ  ସ୍ୱଛତା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କର ଅବିଭାବକ ଭାବରେ ଯୋଗ ଦେଇ ସବିତା ବୁଡ଼ା  "ମୋ ଝିଅ ମୋ ଗର୍ବ " ଶିଷକ ବିଷୟ ଉପରେ ଆଲୋଚନା କରିବା ସହ ତାଙ୍କରି ଶିଶୁ ର ଆଚାର ବ୍ୟବହାର ତଥା ଶୃଙ୍ଖଳିତ କର୍ମନିଷ୍ଟ ଆଚରଣ ବିଷୟରେ ବକ୍ତବ୍ୟ ରଖିଥିଲେ l
ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବାଲ୍ୟ ବିବାହ ନିୟନ୍ତ୍ରଣ ଉପରେ ପର୍ଯବେଶିତ " ବାଲ୍ୟ ବିବାହ କୁ ନା.. " ଶୀର୍ଷକ ଏକ ସଚେତନଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ l ଆଜିର ଏହି ବିଶେଷ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା  ଶେଷରେ ପ୍ରଧାନ ଶିକ୍ଷୟତ୍ରୀ  ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ,  କର୍ମଚାରୀ ତଥା କୁନି କୁନି ଶିଶୁମାନେ ପରିଚାଳନା ରେ ସକ୍ରିୟ ସହଯୋଗ କରିଥଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026

You Might Also Like