-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଜଣେ ବ୍ୟକ୍ତି ସ୍ୱାବଲମ୍ବୀ ହୋଇ କିଛି ଅର୍ଥ ଉପାର୍ଜନ କଲେ ଭବିଷ୍ୟତ ପାଇଁ କିଛି ସଂଚୟ କରେ।ସୁରକ୍ଷିତ ଭବିଷ୍ୟତ ପାଇଁ ସଂଚୟ ନିମନ୍ତେ ତାକୁ କୌଣସି ବ୍ୟାଙ୍କ କିମ୍ୱା ଡାକ ଘରକୁ ଯିବାକୁ ପଡ଼ିଥାଏ। କିନ୍ତୁ ଡାକଘର କିମ୍ୱା ବ୍ୟାଙ୍କ କାର୍ଯ୍ୟାଳୟରେ ଯଦି ବିଭାଗୀୟ କର୍ମଚାରୀ ହଇରାଣ ହରକତ କରନ୍ତି ତାର ମନ ଭାଙ୍ଗି ପଡିଥାଏ। ଆଉ ଯେତେବେଳେ ଏପରି ଘଟଣାର ପୁନରାବୃତ୍ତି ହୁଏ ସେ ଅତ୍ୟନ୍ତ ମ୍ରିୟମାଣ ହୋଇ ଅଭିଯୋଗ କରିବାପାଇଁ ବାଧ୍ୟ ହୁଏ। ଆଉ ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଲା ଗ୍ରାମର ପ୍ରଦିପ ଦାଶଙ୍କ ଜୀବନରେ।କଣ୍ଡପଲା ଗ୍ରାମର ପ୍ରେମଲାଲ ଦାଶଙ୍କର ପୂତ୍ର ପ୍ରଦୀପଙ୍କର କଣ୍ଡପଲା ଡାକଘରେ ଏକ ଆର ଡି ଏକାଉଣ୍ଟ ଅଛି। କୌଣସି କାରଣରୁ କଣ୍ଡପଲା ପୋଷ୍ଟ ମାଷ୍ଟର ଛୁଟିରେ ଥିବାରୁ ପ୍ରଦୀପ ନିଜ ଏକାଉଣ୍ଟରେ କିଛି ଅର୍ଥ ଜମା କରିବା ପାଇଁ ଭୁକ୍ତା ପୋଷ୍ଟ ଅଫିସକୁ ଯାଇଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ଲକ୍ଷ୍ମଣ ସାହୁ ଜମା ହୋଇ ପାରିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ। ପ୍ରଦୀପ ଯେତେ ଅନୁରୋଧ କଲେ ମଧ୍ୟ ସେ କିଛି ଶୁଣିଲେ ନାହିଁ। ଶେଷରେ ପ୍ରଦୀପ ବରଗଡ଼ ସ୍ଥିତ ଭାରତୀୟ ଡାକ ବିଭାଗର ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ସତ୍ୟତା ଉପରେ ଅନୁସନ୍ଧାନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଛନ୍ତି।