-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ବଲାଙ୍ଗିର(ଦେବାଶିଷ ବହିଦାର)- ମାନ୍ୟବର ବିଧାୟକ ବଲାଙ୍ଗିର କଳିକେଶ ନାରାୟଣ ସିଂଦେଓଙ୍କୁ ସଂଘର ଉପଦେଷ୍ଟା ମିଟୁଆ ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟ୍ରାକ୍ଟର ଚଳାଚଳ ଉପରେ ହେଉଥିôବା କଠୋର ଦଣ୍ଡବିଧାନ ଉପରେ ଏକ ଦାବିପତ୍ର ଦିଆଯାଇଥିଲା । ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ହୃଦୟଙ୍ଗମ କରି ଆଗାମି ବିଧାନସଭା ଗୃହରେ ଆଲୋଚନା କରିବାକୁ ସହମତି ପ୍ରକାଶ
କଲେ ଏବଂ ବଲାଙ୍ଗିର ସହରରେ ଯେମିତି ଅବାଧରେ ଟ୍ରାକ୍ଟରମାନଙ୍କର ରୋଜଗାର ହୋଇପାରିବ ସେଥିପାଇଁ ପ୍ରଶାସନ ଙ୍କ ଠାରେ ଆଲୋଚନାର ପ୍ରତିଶୃତି ଦେଇଥିଲେ । ଟ୍ରାକ୍ଟର ମାଲିକମାନଙ୍କ ମଧ୍ୟରେ ବୁଲୁ ଘଡାଇ, ସୀତାରାମ କୁମ୍ଭାର, କୁନୁ ପାତ୍ର, ସତ୍ୟଜିତ ବାବୁ, ଗଙ୍ଗା ମିଶ୍ର, ପ୍ରବୀଣ ତ୍ରିପାଠି, ଜେ.କେ. ସାହୁ, ମନୋଜ ମିଶ୍ର, ସରୋଜ ବାବୁ, ଉଦୟ ଝା, ଚୈତନ୍ୟ ସାହୁ, ପିଣ୍ଟୁ ନାଏକ, ଜିତୁ ଦାଶ, ପ୍ରଶନ୍ନ ପ୍ରଧାନ, ବିଘ୍ନେଶ୍ୱର ସୁନା ଇତ୍ୟାଦି ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।