-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଳପଡା କ୍ଲଷ୍ଟର ସ୍ତରୀୟ ନଅ ଗୋଟି ପ୍ରାଥମିକ ବିଦ୍ୟାଳୟର ଏପ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ "ନିପୁଣ ଓଡିଶା ମେଳା "ସ୍ଥାନୀୟ ପତିଆଳପଡା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପତିଆଳପଡା କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ଦେବାନନ୍ଦ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଗୋର୍ଲା ପଂଚାୟତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଦଣ୍ଡସେନା, ମୁଖ୍ୟ ବକ୍ତା ଭାବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାରାମ ବାଗ,ସମ୍ମାନିତ ଅତିଥି ଭାବରେ ପତିଆଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧନେଶ୍ୱର ବଞ୍ଜରା,ରେବିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଡମ୍ବରୁଧର ମାଝୀ,ସିନାପାଲି ବ୍ଲକ ପ୍ରତିନିଧି ସାମ୍ବାଦିକ ଚିନ୍ତାମଣି ନେତାମ ମଞ୍ଚାସିନ ଥିଲେ l ପ୍ରଥମେ ଅତିଥି ମାନଙ୍କୁ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ଯଶୋଦା ନାଏକ ଫୁଲ ଚନ୍ଦନ ଓ ଓପ ଢୌକନ ଦେଇ ସ୍ୱାଗତ ସମ୍ମର୍ଦ୍ଧନା କରିଥିଲେ lଏଥିରେ ୪0ରୁ ଅଧିକ ଶିକ୍ଷକ ସାମଗ୍ରୀ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ l ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନିପୁଣ ମେଳା ଲକ୍ଷ୍ୟ ଓ ଉଦ୍ୟେଶ ବିଷୟରେ ସମସ୍ତଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ l ଏହି ନିପୁଣ ମେଳାରେ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଉପରେ ଆଲୋଚନା ହୋଇଥିଲା ଓ ସମସ୍ତଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଲୋମସ କୁମାର ସା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଶିଷ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l