-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ବରୀ (ରଞ୍ଜିତ ମହାନ୍ତି): ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯାଜପୁର ଜିଲ୍ଲାର ବରୀ ବାଳିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ରଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବ ଅଭିଯାନ କାର୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ହୋଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡ଼ ଜିତେନ୍ଦ୍ର କୁମାର ଦାସ ଉଦଘାଟନ କରିଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ
ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଛାତ୍ରଛାତ୍ରୀନେ କିଭଳି ବିଭିନ୍ନ ତମାଖୁ ଜାତୀୟ ଦ୍ରବ୍ୟ ଠାରୁ ଦୂରେଇ ରହିବେ ସେ ନେଇ ବକ୍ତବ୍ୟ ରଥୁଲେ। କାର୍ଯ୍ୟକ୍ରମରେ ଆଧାର ପୁରୁଷ ଭାବେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ବିକାଶ ଚନ୍ଦ୍ର ସାହୁ ଏବଂ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ନିମାଇଁ ଚରଣ ଲେଙ୍କା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଅଧ୍ୟାପ ପ୍ରେମାନନ୍ଦ ଭାରତ ଅଧ୍ୟାପକ ସୁଧାଶୁ ଶେଖର ବାଗ ଅଧ୍ୟାପିକା ରଶ୍ମିତା ସାବୁ ଅଧ୍ୟାପିକା ଶ୍ରୁତି ପଟ୍ଟନାଏକ, ଅଧ୍ୟାପିକା ଶୁଭଶ୍ରୀ ଦାଶ, ଅଧା ଅଧ୍ୟାପିକା ମନ୍ଦାକିନୀ ସାମନ୍ତରାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।