-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ବଲାଙ୍ଗିର: ଆଜି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବେହରା ପାଲି କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିର ରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା ଏହି ଶିବିର ରେ ସ୍ଥାନୀୟ ଆଶା କର୍ମୀ ,ମହିଳା ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ।ଏହି ସ୍ବାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର
ପଢ଼ି , ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ଆଦିତ୍ୟ ଶୁକ୍ଳା , ଶାରୀରିକ ଚିକିଷକ ସତ୍ୟବ୍ରତ ସାହୁ, ପୃଷ୍ଟିକର କର ବିଶେଷଜ୍ଞ ଯୋଗ ଦେଇଥିଲେ।ଏହି ସ୍ବାସ୍ଥ୍ୟ ଶିବିରକୁ ଜିଲ୍ଲା ସ୍ବାସ୍ଥ୍ୟବିଭାଗ କାର୍ଯ୍ୟାଳୟ ତରଫରୁ ଦି ପି ଏକ ଓ ଦିବ୍ୟ କିଶୋର ପତି ଓ ଏ ପି ଏମ ରାମାନୁଜ ପଣ୍ଡା ତଦାରଖ କରି ଥିଲେ।ଏହି ସ୍ବାସ୍ଥ୍ୟ ଶିବିରରେ ୧୨୦ ରୁ ଉର୍ଦ୍ଧ ବରିଷ୍ଟ ରୋଗୀ ମାଗଣା ସେବା ଲାଭ କରିଥିଲେ।ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା।