-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ବରପାଲି, (ସୁଦାମ ଦୀପ) ବରଗଡ ଜ଼ିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଉଚ୍ଚ ବିଦ୍ୟାଳୟ ଠାରେ ଜ଼ିଲ୍ଲା ପରିବେଶ ସଚେତନତା ସମିତି ବରଗଡ ତରଫରୁ ବିଶ୍ୱ ବନ ଦିବସ ତେଜରାଜ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଡୋଲାମଣି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ରେଶମ କଲେଜ ପୁରେନ୍ଦର ନନ୍ଦ ଯୋଗଦାନ କରି ଵର୍ତମାନ ର ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ପରିବେଶବିତ ଜେଠୁ ଭୋଇ ଓ ସମ୍ମାନିତ ଅତିଥି ରେ ଅଧ୍ୟାପକ ଡ଼ ସିମାଞ୍ଚଳ ପଧାନ ଯୋଗଦାନ କରି ବର୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ଆହ୍ଵାନ ବୋଲି ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ପରିବେଶ ସଚେତନତା ସମିତି ର ସମ୍ପାଦକ ମୋହନ ଚାନ୍ଦ ପଧାନ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଦୀପ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l