-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Mar-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବକଟି ଗ୍ରାମ ରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି। ପ୍ରମେୟ ଆଗଲପୁର ବ୍ଳକ ପ୍ରତିନିଧି ବିରାଜ ନନ୍ଦ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଵକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଛନ୍ତି। କମିଟି ସଂପାଦକ ଦିଲିପ ପୁରୋହିତ ଏହାକୁ ସଂଯୋଜନା କରିଥିଲେ। କଂସ ମହାରାଜଙ୍କ ରଜ ଦରବାରରେ ରାଜ ଅତିଥି ଭାବରେ ଯୋଗ ଦେଇଥିଲେ। ଆଜିର ନାଟ୍ୟାଭିନୟ ରେ ଉଗ୍ରସେନ ମହାରାଜଙ୍କ ନଗର ପରିକ୍ରମା, ଦେବକୀ ବସୁଦେବ ବିଵାହ,ସୁନ୍ୟ ବାଣୀ, ଦେବକୀ ବସୁଦେବଙ୍କୁ କାରାବରଣ , ଯୁବରାଜ କଂସଙ୍କ ରାଜ୍ୟଭିଷେଖ ,ବିଶିଷ୍ଠ ନାଟ୍ୟକାର ରବୀନ୍ଦ୍ର ସାହୁ କଂସ ମହାରାଜ ଆକାରରେ ଅଭିନୟ କରିଛନ୍ତି l ସେହିପରି କୃଷ୍ଣ ଶ୍ରୀୟାସୁସ୍ବରୁପ ହୋତା, ବଳରାମ ସୁମିତ ସ୍ବରୂପ ହୋତା,ଉଗ୍ରସେନ ଗୟାଧର ପଟେଲ , ବସୁଦେବ ପ୍ରୁଥିରାଜ ବାଗ, ଦେବକୀ ବସୁମତୀ,ଅକୃ୍ର ମଧୁ ରାଉତ, ସେନାପତି ଟିପୁନ ବାରିକ, ଧନଞ୍ଜୟ ପଧାନ,ସକ୍ରାଜିତ ଜଗଦିଶ ମହାର, ପ୍ରହରୀ ପ୍ରେମରାଜ ପ୍ରଧାନ ଓ ଭିକୁ ମହାକୁର ଅଭିନୟ କରିଛନ୍ତି। ଆଜିର ରାଜ ଅତିଥି ରସରାଜ ଅଚ୍ୟୁତ ପୁରୋହିତ, ଅବିନାସ ଦାଶ,ଶୁଭଶ୍ରୀ ସାଗରୀକା ପୁରୋହିତ ବକଟି ସମିତି ସଭ୍ୟ ସିନ୍ନିବାସ ମଲ୍ଲିକ,ଵଦ୍ରିକାନାଥ ବେହେରା , ନାରାୟଣ ପୁରୋହି, ବୃନ୍ଦାବନ ପୁରୋହିତ କୁଞ୍ଜବିହାରୀ ନାଏକ,ନାଥ ମଟାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଲେଖିକା ଚନ୍ଦ୍ରାବତୀ ପାଣ୍ଡେ, ଙ୍କୁ ଚଳିତବର୍ଷ ସ୍ମୃତି ସମ୍ମାନ, ଗାୟକ ଶାନ୍ତିମୟ ବାବୁ କଳାସମ୍ମାନ ଫୁଟବଲ,ଝୋଟି, ହୁଳହୁଳି, ନୃତ୍ୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି l