-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Mar-2025
ବଙ୍ଗୋମୁଣ୍ଡା(କୈଳାଶ ଶଗ୍ରିଆ): ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ଅର୍ନ୍ତଗତ ଟିଟିସିଲେଟ ଗ୍ରାମର ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ମାଁ ମାଉଲି ଚାଷୀ କମିଟି ମାଧ୍ୟମରେ ଶ୍ରମିକ ଶକ୍ତି ସଂଘ ଦ୍ବାରା ଜୈବିକ ପଦ୍ଧତିରେ ଚାଷ କରିବାର ଉପାଦେୟତା ଉପରେ ଏକ ସଚେତନ ପଦଯାତ୍ରା ଆୟୋଜନ କରାଯାଇଥିଲା ।
ନିମାସ୍ତ୍ର, ଆଗ୍ନେୟାସ୍ତ୍ର,ପ୍ରାଣାମ୍ରୁତ,ମତ୍ସ୍ଯ ଟନିକ ଆଦି ଉପରେ ପ୍ଲାକାର୍ଡ ଧରି ସ୍ଳୋଗାନ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ଶ୍ରମିକ ଶକ୍ତି ସଂଘ ଦ୍ବାରା ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ,ପାରମ୍ପାରିକ ଉନ୍ନତ ଚାଷ ପଦ୍ଧତି ଉପରେ ବିଭିନ୍ନ ମାଧ୍ୟମରେ ଜନସଚତେନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସଂଗଠନର ସଦସ୍ଯ ଗୁରୁ ଗୋବିନ୍ଦ ସିଂହ ମାଝୀ ପ୍ରକାଶ କରିଥିଲେ। ସଂଗଠନର କ୍ଷେତ୍ର କର୍ମୀ ସୋଭାଗିନି ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ଚଳାନ୍,ସତ୍ଯ ମେହେର,ପରେଶ୍, ଦୁର୍ଗେଶ୍ ,ତୁଳାବତୀ ଓ ଚାଷୀ ପୁରନ୍ଦର ଭୋଇ,ଚକ୍ର ପାଣି ସାହୁ,ଅନଙ୍ଗ ସାହୁ ସୁଧୀର ସାହୁ, ମାଳା ଦୀପ, ଅହଲ୍ୟା ମାଝୀ,ଭାର୍ଗବୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।