-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଯୋଗିନ୍ଦ୍ରଦେବ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି | ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତପସ୍ୱିନୀ ଖଟୁଆ, ସମ୍ମାନୀତ ଅତିଥି ଭାବେ ଏବିଇଓ ଦୁର୍ଗା ଚରଣ ପ୍ରଧାନ, ଏବିଇଓ ଉଦ୍ଧବ ମହାଲିକ,ଶ୍ରୀମତୀ ଲକ୍ଷ୍ମୀ ମଲିକ ମଞ୍ଚାସିନ ଥିଲେ |ସଭାକୁ ସିଆରସିସି ମନୋରଞ୍ଜନ ନାଏକ ସଂଯୋଜନା କରିଥିଲେ |କାର୍ଯ୍ୟକ୍ରମରେ କଣ୍ଟାମାଳ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷଣ ଉପକରଣ ପ୍ରକଳ୍ପ ସହ ଏବଂ କଣ୍ଟାମାଳ ବ୍ଲକ ର ସମସ୍ତ କ୍ଲଷ୍ଟର ର ଜଣେ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ |ଶିକ୍ଷକ ଏବଂ ଛାତ୍ରଛାତ୍ରୀ ପ୍ରଦର୍ଶନ କରୁଥିବା ପ୍ରକଳ୍ପ ଗୁଡ଼ିକୁ ସମସ୍ତ ଅତିଥି ପର୍ଯ୍ୟବେକ୍ଷଣ କରି ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା।ଉଦଯାପନୀ ସନ୍ଧ୍ୟାର ସଭାରେ ସମାନ ଅତିଥି ଯୋଗଦାନ କରି ସରକାରଙ୍କ ମହତ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ରଖି ଥିଲେ ତାପରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ସିଆରସିସିମାନଙ୍କୁ ପ୍ରଶଂସା ପତ୍ର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମନମୁଣ୍ଡା ସିଆରସିସି ଶ୍ରୀମତୀ ପ୍ରଜିଣା ପାଢ଼ୀ।