-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
21-Feb-2025
ବରଗଡ଼(ପ୍ରେରଣା ଖବର): ଆଜି ଶୁକ୍ରବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୂକ୍ତାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଓ ଗୋଳେଖ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ପରେ ଛାତ୍ରୀ ମାନଙ୍କ ଦ୍ଵାରା ନିପୁଣ ଓଡ଼ିଶା ସଙ୍ଗୀତ ଗାନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଅଳିନା ଦାଶ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀ ଜ୍ୟୋତ୍ସ୍ନା ରାଣୀ ସାହୁ ସମସ୍ତଙ୍କୁ ଶପଥ ପାଠ ଓ ବରିଷ୍ଠ ସହକାରୀ ଶିକ୍ଷକ ସନ୍ତୋଷ ମେହେର ସମ୍ବିଧାନର ପ୍ରସ୍ତାଵନା ପଠନ କରାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଅନ୍ତର୍ଜାତୀୟ
ମାତୃଭାଷା ଦିବସ ଅବସରରେ ମାତୃ ଭାଷାର ସୁରକ୍ଷା ସହିଦ ଏକ ସମୃଦ୍ଧ ଶୈକ୍ଷିକ ବାତାବରଣ ଗଢି ତୋଳିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରୟାସକୁ ସ୍ବାଗତ ଜଣାଇବା ଥିଲେ । ଦଶମ ବୋର୍ଡ ପରୀକ୍ଷା ୨୦୨୪ ରେ ଓଡ଼ିଆ ରେ ସର୍ବାଧିକ ନମ୍ବର ରଖିଥିବା ୭୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ବୃତ୍ତି ପୁରସ୍କାର,ସାହିତ୍ୟ ସୃଜନୀ,ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, ଭାରତୀୟ ଭାଷା ଉତ୍ସବ ସମାରୋହ ଓ ଛାତ୍ରଛାତ୍ରୀ ଙ୍କୁ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଦାନ ବିଷୟରେ ଅବିଭାବକ ଓ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ଏହା ପରେ ଛାତ୍ରୀ ମାନଙ୍କ ଦ୍ଵାରା ଗଳ୍ପ କଥନ, ପୁସ୍ତକ ପଠନ, କବିତା ଆବୃତ୍ତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ,କର୍ମଚାରୀ ଓ ଛାତ୍ରୀ ମାନେ ଯୋଗଦାନ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ଫଣିନ୍ଦ୍ର ନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।