-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
14-Jan-2021
ରାୟଗଡା, (ପ୍ରେରଣା ଖବର ବ୍ୟୁରୋ) :ହଜାରେ କି ଦୁଇ ହଜାର ନୁହେଁ। ସିଧାସଳଖ ୧ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍। ତାହା ପୁଣି ଜଣେ ବାଇକ୍ ଚାଳକଙ୍କୁ। ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ବାଇକ ଚାଳକଙ୍କୁ ଟ୍ରାଫିକ୍ ଇନିସପେକ୍ଟର୍ ଲକ୍ଷେ ୧୩ ହଜାର ୫ଶହ ଟଙ୍କାର ଚାଲାନ୍ କାଟିଛନ୍ତି ।