-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ନାକଟିଦେଉଳ: କବି ତଥା ପ୍ରଶାସକ କବି କ୍ଷମାନିଧି ଭୋଇ ଙ୍କୁ ସମାରୋହ ପତ୍ରିକାର ବାର୍ଷିକ ଉତ୍ସବରେ "ଦୁର୍ଗା ମାଧବ ସ୍ମାରକୀ କବିତା ପୁରସ୍କାର "
ପ୍ରଦାନ କରାଯାଇଛି l ବୁଦ୍ଧ ମନ୍ଦିର ଠାରେ ଅନିଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହ ପତ୍ରିକାର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତରୁଣ କାନ୍ତି ମିଶ୍ର,, ସାହିତ୍ୟିକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇ କବି କ୍ଷମା ନିଧି ଭୋଇ ଙ୍କୁ ପୁରସ୍କୃତ କରିଥିଲେ l କବି ତଥା ପ୍ରଶାସକ କ୍ଷମା ନିଧି ଭୋଇ ନାକଟିଦେଉଳ ବ୍ଲକ ର ବିଡ଼ିଓ ଭାବରେ ଅବସ୍ଥାପିତ l ତାଙ୍କର କବିତା ପୁସ୍ତକ "କର୍ଣ୍ଣିକା " ଓ "କେମିତି କହିବି କୁହ" ପ୍ରକାଶିତ ଏବଂ ଓଡିଶା ର ପ୍ରତିଷ୍ଠିତ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ l