-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
ନୂଆଁପଡ଼ା: ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଆଗାମୀ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସନ୍ଦେହ ବିମୋଚନ ଶିବିର ଉନ୍ମେଷ ଉଦଯାପିତ ହୋଇଯାଇଛି ା ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶ୍ରେଷ୍ଠ ୫୪ଜଣ ହାଇ ଏଚିଭର୍ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଶିବିରର ସମ୍ବଳ ଶିକ୍ଷକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମସିନ୍ଧୁ ହେର୍ଣ୍ଣା, ତୁଳସିରାମ ମେହେର, କପିଳେଶ୍ଵର ପାତ୍ର, ପର୍ଶୁରାମ ମେହେରଙ୍କ ସହିତ ଶିକ୍ଷକ ଲଳିତ କୁମାର ସୁନାରି, ମନୋରଂଜନ ମେହର, ସତ୍ୟବାନ୍ ମେହେର, କୈଳାସ ଚନ୍ଦ୍ର ଦାଶ, ଭୁବନେଶ୍ଵର ମାଝୀ, ତନୁଜ ବୈଠାରୁ, ମହେଶ କୁମାର ମେହେର, କମଲଜିତ ବୈକାର ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ସମସ୍ତଙ୍କୁ ମାର୍ଗ ଦର୍ଶନ କରିଥିଲେ। ଶିବିର ଆୟୋଜନରେ ସିନାପାଲି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।