-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ମହାବିଦ୍ୟାଳୟରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ

29-Jan-2025



ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଖେଳ ପଡ଼ିଆ ଠାରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି କ୍ରୀଡ଼ା ମହୋତ୍ସବର ପ୍ରଥମ ଦିନରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦ ଉପ ସଭାପତି ଡ଼. ଜାହାଙ୍ଗୀର ମହମ୍ମଦଙ୍କ ନେତୃତ୍ୱରେ ମା' ଭଣ୍ଡାର ଘରଣୀ ମନ୍ଦିର ପ୍ରାଙ୍ଗଣରୁ ମଶାଲ  ଶୋଭଯାତ୍ରା ଆରମ୍ଭ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ କ୍ରୀଡ଼ା ସଂସଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ମହୋତ୍ସବର ଦ୍ବିତୀୟ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ସ୍ବତନ୍ତ୍ର ମାରାଥନ୍ ବ୍ୟକ୍ତିତ୍ଵ ଭାବେ ପରିଚିତ ଶ୍ରୀ ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା କ୍ରୀଡ଼ା ସଂସଦ ଉପ ସଭାପତି ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ମ୍ୟାନେଜର ଶ୍ରୀ ବାଳକୃଷ୍ଣ ରାଓ ପ୍ରମୁଖ ଅତିଥିମାନଙ୍କ ଉପସ୍ଥିତରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ କ୍ରୀଡ଼ା ମାଧ୍ୟମରେ ପିଲାମାନଙ୍କୁ ଶାରୀରିକ ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ଅଧିକ ଧ୍ୟାନ ଦେବାକୁ କହିବା ସହ ମୋବାଇଲ୍ ଫୋନ ଠାରୁ ଦୂରେଇ ରହି କ୍ରୀଡ଼ା ଉପରେ ଅଧିକ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ଶ୍ରୀ ପାତ୍ର ବରିଷ୍ଠ ନାଗରିକ ବର୍ଗରେ ଦେଶ ବିଦେଶରେ ମାରାଥନ୍ କରି କୃତିତ୍ୱ ଅର୍ଜନ କରିଥିବା ତାଙ୍କର ଅନୁଭୂତି ବଖାଣିବା ସହିତ ପିଲାମାନଙ୍କୁ ଶାରୀରିକ ସ୍ବାସ୍ଥ୍ୟ ପାଇଁ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ଶ୍ରୀ ବାଳକୃଷ୍ଣ ରାଓ ମହାବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ତାଙ୍କର କଲେଜ ଜୀବନର କ୍ରୀଡ଼ା ଅନୁଭୂତି କହିବା ସହିତ ଖେଳ ମାଧ୍ୟମରେ ଉତ୍ତମ କ୍ୟାରିୟର ଗଠନ କରିବା ପାଇଁ ପିଲମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ପ୍ରଥମ ସ୍ଥାନ ହାସଲ କରିଥିବା ଦୁଇ ଖେଳାଳିଙ୍କୁ କଟକ ବାରବାଟୀରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମ୍ୟାଚ୍ ଦେଖିବା ପାଇଁ ଟିକେଟ ପ୍ରଦାନ କରିବାକୁ ଘୋଷଣା କରିଥିଲେ ।ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଶତାଧିକ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗର ଦୌଡ଼ ପ୍ରତିଯୋଗିତା,ଲମ୍ବଡିଆଁ, ଉଚ୍ଚ ଡିଆଁ, ବର୍ଚ୍ଛା ଫିଙ୍ଗା, ଲୌହ ଥାଳିଆ ଫିଙ୍ଗା, ଲୌହ ଗୁଳା ଫିଙ୍ଗା, ମ୍ୟୁଜିକାଲ୍ ଚେୟାର ଇତ୍ୟାଦି ବିଭିନ୍ନ ପ୍ରକାର ଖେଳରେ ଉତ୍ସାହର ସହିତ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ମହାବିଦ୍ୟାଳୟର କ୍ରୀଡ଼ା ସଂସଦ ଉପ ସଭାପତି ଡ଼. ଜାହାଙ୍ଗୀର ମହମ୍ମଦଙ୍କ ନେତୃତ୍ବରେ ଦୁଇ ଦିନ ଧରି ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ସୂଚନା ଦେଇଥିଲେ ଏବଂ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରାସାଦ ହୋତା କ୍ରୀଡ଼ା ମହୋତ୍ସବର ଉଦଯାପନୀ ସମାରୋହରେ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ସହକାରୀ ଉପସଭାପତି ଶ୍ରୀ ଆଲୋକ କୁମାର ଦାସ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ୍ ଦେବା ସହ ମହାବିଦ୍ୟାଳୟ କ୍ରୀଡ଼ା ସଂସଦର ଅନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ପ୍ରଦୀପ୍ତ ଦାସ,ଶ୍ରୀ ନିରଞ୍ଜନ ତ୍ରିପାଠୀ, ଅଧ୍ୟାପିକା ଅନୁପମା ମାଝୀ,ରାଜନ୍ ତ୍ରିପାଠୀ ,ବନମାଳୀ ବେହେରା,ସୁନାଧର ଭତ୍ରା,ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ବିଭିନ୍ନ ବିଭାଗର ଅଧ୍ୟାପକ - ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହି କ୍ରୀଡା ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026

You Might Also Like