-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||     

HOME   ଜିଲ୍ଲା

ଡିବିରି ଆଲୁଅରେ କଟୁଛି ଜୀବନ

28-Jan-2025



କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ) ଆଧୁନିକତାର ସ୍ପର୍ଶରେ ଆଗକୁ ଆଗକୁ ବଢୁଛି ଦେଶ । ଡିଜିଟାଲାଇଜେସନ୍ କରିବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆଜି ବି ଏମିତି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ପାଲଟିଛି ସାତ ସପନ । ଏବେ ବି କନ୍ଧାମାଳ ଜିଲ୍ଲାରେ ଅନେକ ଗାଁ ଅଛି ଯେଉଁଠି ଜନ୍ମରୁ ବିଜୁଳି ଆଲୁଅ ଦେଖିନାହାଁନ୍ତି ଗାଁ ଲୋକେ । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । 
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଗାଁ ଗୋଦାବରୀ, ସ୍ରାମ୍ବି ପଡା, ଲଣ୍ଡୁଗୁଡ଼ା,। ଏହି ଗାଁଗୁଡିକରେ ଶତାଧିକ ପରିବାର ବସବାସ

କରୁଛନ୍ତି ।କିନ୍ତୁ ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ପହଞ୍ଚି ନାହିଁ ତେଣୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାରରେ ସମୟ ବିତାଇବାକୁ ପଡ଼ୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ସ୍ବାଧୀନତାର ପରଠୁ ଡିବିରି ଆଲୁଅରେ  ଗ୍ରାମବାସୀଙ୍କ ରାତି କଟୁଛି। ଏନେଇ ସରପଞ୍ଚ , ବିଡ଼ିଓ,ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଧା ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ। କିଛି ବର୍ଷ ପୂର୍ବେ ବିଡ଼ିଓ,ସମିତି ଅଧ୍ୟକ୍ଷା ଲୋକଙ୍କ ସମସ୍ୟା ବୁଲି ଦେଖି ଥିଲେ। କେବଳ ଆଲୁଅ ନୁହେଁ, ମୌଳିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ଉପାନ୍ତ ଗାଁଗୁଡ଼ିକର ସ୍ଥିତି ଯେମିତିକୁ ସେମିତି ହୋଇ ରହିଛି।  ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିବା ପରେ ବିଜୁଳି ଆଲୁଅ ଦେଖିବାକୁ ଏଠାକାର ଲୋକମାନେ ଆଶା ବାନ୍ଧିଥି‌ଲେ। ହେଲେ, ରାଜନେତାଙ୍କ ପରି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପାସୋରି ଗଲେ। ଫଳରେ, ପ୍ରତିଶ୍ରୁତି ଭିତରେ ଦୀର୍ଘ ୭୬  ବର୍ଷ ଧରି ସେମାନେ ଦୟନୀୟ ଜୀବନ ବିତାଉଛନ୍ତି। ସଞ୍ଜ ନଇଁଲେ ଡିବିରି ଆଲୁଅ ଏମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଲଟିଛି। ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ରାତିରେ ସମସ୍ତ କାମ ପର୍ଯ୍ୟନ୍ତ ଏହି ଡିବିରି ଆଲୁଅ ଭରସା ପାଲଟିଛି।କିଛି ଲୋକଙ୍କୁ ୫ ବର୍ଷ ତଳେସୌର ଚାଳିତ ଲାଇଟ୍ ସଂଯୋଗ କରାଯାଇଥିଲା ତାହା ଏବେ ଖରାପ ହେଲାଣି ।ସେଗୁଡ଼ିକର ମରାମତି କରାଯାଉ ନ ଥିବାରୁ ସେ ସବୁ ଅକାମୀ ହୋଇ ଗଲାଣି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ୨୦୧୮ ମସିହାରେ ଅଭିଯୋଗ କରିବାରୁ ପ୍ରଶାସନ ମିଣିଆ ଖଟି ବସ୍ତିରେ ପହଞ୍ଚିଥିଲେ। ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ଓ ଯୁବକମାନଙ୍କୁ ଗାଁର ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରି ବୁଝିଥିଲେ। ସେସବୁ କରିବାର ପ୍ରତିଶ୍ରୁତି ଦେଇଥିଲେ ।ପର୍ଯ୍ୟାୟକ୍ରମେ ପ୍ରତିଟି ଗାଁ କୁ ବିଜୁଳି ସଂଯୋଗ ହେବ ବୋଲି କହିଥିଲେ କିନ୍ତୁ , ଇତିମଧ୍ୟରେ ୭  ବର୍ଷ  ବିତିଯାଇଥିଲେ ହେଁ, ଚାରି ବସ୍ତି ଓ ଗାଁରେ ଗୋଟିଏ ହେଲେ ବିଜୁଳି ଖୁଣ୍ଟ ପଡ଼ିନଥିବା ସେମାନେ ଅଭିଯୋଗ କରିଛନ୍ତି।  କେବଳ ବିଜୁଳି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ବି ନ ଥିଲା ।ଏବେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଭେଟଖୋଲ୍ ଠାରୁ ଲଣ୍ଡୁ ପଡା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଛି ।କିନ୍ତୁ ତାହା ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ତାହାର ସ୍ଥାୟୀତ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ । ପାଇପ ପାଣି ଏମାନଙ୍କ ପାଇଁ ସାତ ସପନ ହୋଇଛି। ସଲାର ପାଣି ସଂଯୋଗ ପାଇଁ ଟାଙ୍କି ବସିଛି ।କିନ୍ତୁ ସଂଯୋଗ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।ଲୋକେ ନଦୀ ନାଳ, ଚୁଆଁ ପାଣି ଭରସାରେ ରହୁଛନ୍ତି ।ପିଇବା ପାଣି ପାଇଁ ନଦୀ ନାଳ ଭରସା ହୋଇଛି । ‘ଜିଲ୍ଲା ପ୍ରଶାସନକୁ ଥରେ ନୁହେଁ ଅନେକବାର ଦୁଃଖ ଜଣାଇଛୁ। ସବୁକିଛି

ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏଯାଏଁ କିଛି ହୋଇନାହିଁ,’ ବୋଲି କହିଛନ୍ତି  ଜଗନ୍ନାଥ କହଁର,ବିଶ୍ଵନାଥ କହଁର,ସନ୍ୟାସୀ କହଁର, ପରଦେଶୀ ମଲ୍ଲିକ, ସଞ୍ଜୟ ମାଝୀ, ବିଛନ୍ଦ ମାଝୀ, ରାଜୁ ବିନ୍ଧାଣି ପ୍ରମୁଖ ।ଗାଁରେ ସ୍କୁଲ,ଅଙ୍ଗନୱାଡ଼ି ନାହିଁ ପିଲାଛୁଆ ପାଠ ପଢିବା ରେ ଅସୁବିଧା ହେଉଛନ୍ତି  ।ଏମିତି ଅନେକ ସମସ୍ୟାରେ ଆମ୍ଭେ ଘାରି ହୋଇ ଦୁର୍ଦ୍ଦିନରେ ବନବାସୀ ଜୀବନ କାଟୁଛୁ ବୋଲି କହିଛନ୍ତି ।ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026

You Might Also Like