-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
28-Jan-2025
ଯେଉଁ ବରପୁତ୍ର ଓ ମହିୟସୀ ମାତୃ ଜାତିଙ୍କ ସଂଗ୍ରାମ ,ତ୍ୟାଗ ଓ ତିତିକ୍ଷା ପାଈଁ ଭାରତ ଆଜି ତାର ପୂର୍ଣ୍ଣ ସ୍ବାଧୀନତା ପାଇଛି ତାଙ୍କରି ପ୍ରେରଣା ରେ ଆଜିର ମହିଳା ମାନେ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ସେବା ମନ ନେଇ ଆଗେଇ ଆସିବାକୁ କହି ନlରିଶେବl ସଂଘର ସଭାପତି ଡଃ ପ୍ରତିମା ମହାପାତ୍ର ଦେଶର ୭୬ ତମ ଗଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଓଡ଼ିଶା ନାରୀ ସେବା ସଙ୍ଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଙ୍ଘର ସମ୍ପlଦିକl ଆଭା କାନୁନଗୋ, ସହ ସମ୍ପlଦିକl ଇନ୍ଦିରା ଅରୋରl, ସଂଗଠନ ସମ୍ପାଦିକା ମୀରା ବେଉରା, ହଲ୍ ସମ୍ପlଦିକl ମଂଜୁ ସିଂ, କୋଷାଧ୍ୟକ୍ଷ ନୟନ ତାରl ନନ୍ଦ, ମିନାକ୍ଷୀ ମିଶ୍ର, ସୁପ୍ରିତି ଦାସ୍, ଡଃ ପ୍ରଭା ପଣ୍ଡା, ନମିତl ପଣ୍ଡା, ପୁସ୍ପ ନାୟକ, ମାଳିନୀ ଦାସ୍, ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ପୂର୍ବତନ ଅଧକ୍ଷl ତଥା ସାହିତ୍ୟିକl ପ୍ରଭାତୀ ମିଶ୍ର ନlରିସଂଘ୍ ର ଡ଼. ମନୋରମା ମହାପାତ୍ର ପାଠାଗାର କୁ ତାଙ୍କ ରଚିତ ପୁସ୍ତକ ଗୁଡ଼ିକୁ ଦାନ କରିଥିଲେ। ସଭାପତି ଡ଼ଃ ମହାପାତ୍ର ତାଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ। ଏହି ଗଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବସ୍ତି ଅଞ୍ଚଳର ପିଲାମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା