-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ ଡାକ୍ତରଖାନାରେ ବିଚିତ୍ର ଦୃଶ୍ୟ: ସୁଇପର କରୁଛି ନର୍ସ ଙ୍କ କାମ,କାର୍ଯ୍ୟରତ ନର୍ସ ଙ୍କ ନିର୍ଦେଶରେ ସୁଇପର ଦେଲେ ଇଂଜେକସନ,୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ

13-Jan-2021



ଟିଟିଲାଗଡ଼, (ପ୍ରେରଣା ଖବର ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ନୂଆପଡା ଓ କଳାହାଣ୍ଡି ଦୁଇଟି  ଜିଲ୍ଲା ସହ ରାୟଗଡା ଜିଲ୍ଲାର ମୁନିଗୁଡା,ରୁପ୍ର୍ରା, ଲାଞ୍ଜିଗଡ଼,କେସିଙ୍ଗା, କଣ୍ଟାବାଞ୍ଜି,ବେଲପଡା, ତୁରେକେଲା ପରି ଦୂରଦୂରାନ୍ତର  ଜନସାଧାରଣ ନିର୍ଭର କରିଥାନ୍ତି ।  ଟିଟିଲାଗଡ ରେଳ ଜନକ୍ସନ ହେତୁ ଓ ଗମନାଗମନ ବ୍ୟବସ୍ଥା ସୁବିଧା ହୋଇଥିବା ଯୋଗୁଁ ସାଧାରଣ ନିର୍ଭରଶୀଳ ରହିଛନ୍ତି । ହେଲେ ଦୁଃଖର ବିଷୟ, ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ବିଭାଗୀୟ କର୍ମଚାରୀ, ଡାକ୍ତର ତଥା ଅନ୍ୟ କର୍ମଚାରୀ ନାମକୁମାତ୍ର ଆସି ନିଜ ଘରୋଇ କ୍ଲିନିକକୁ ରୋଗୀ ଆଣିବା ଓ ପରୀକ୍ଷା ମାନ କରେଇବା ସହ ବାହାରୁ ଔଷଧ କିଣିବାକୁ ବାଧ୍ୟ କରିବା ପରି ଗୁରୁତର ଅଭିଯୋଗ ହୋଇଆସୁଛି । ଅପରପକ୍ଷରେ ଡାକ୍ତରଖାନାରେ ଆଖପାଖ ଅଞ୍ଚଳର ସାଧାରଣ, ନିରୀହ ଲୋକଙ୍କୁ ନାନା ଆଳ ଦେଖେଇ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଇତି ମଧ୍ୟରେ ଜଣେ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିବା ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା । ଜଣେ ଅଟୋ ଡ୍ରାଇଭର ର ଚିକିତ୍ସା ନେଇ ବଚସା ସୃଷ୍ଟି ହୋଇ ମାମଲା ଥାନାରେ ଯାଇ କେସ୍  ରୁଜ୍ଜୁ ହୋଇଥିଲା । ଶେଷରେ ଅଟୋ ଚାଳକ ସଂଘ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ବୈଠକ ଅନୁଷ୍ଠିତ କରି ଅପୋଷ ବୁଝାବଣା କରାଯାଇ ଚାଳିଶ ହଜାର ଟଙ୍କା କ୍ଷତିପୂରଣ ଦେଇ ମାମଲା ପ୍ରତ୍ୟାହାର କରାଯାଇଥିବା ସୂଚନା ଜିଲ୍ଲା ପ୍ରଶାସନ ତରଫରୁ ମିଲିଛି । ତେବେ ଉକ୍ତ ଡାକ୍ତରଙ୍କ ଘଟଣାକୁ ନେଇ ବିବାଦ  ପରେ ଗତ ମଙ୍ଗଳବାର ସାନ୍ଧ୍ୟରେ ମୁରିବାହାଲରୁ ରୋହିତ ବଗର୍ତ୍ତି ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ବଗର୍ତ୍ତି ତାଙ୍କର ଏକ ଛୋଟ ଶିଶୁକନ୍ୟା କୁ ଟିଟିଲାଗଡ ଡାକ୍ତରଖାନା କୁ ଜର ହୋଇଥିବାରୁ ଡାକ୍ତର ଙ୍କୁ ଆଣି ଦେଖେଇଥିଲେ । ହେଲେ ଡାକ୍ତର ଶିଶୁ କୁ ନ ଦେଖି ନିଜ ମନଇଚ୍ଛା କିଛି ଇଞ୍ଜେକ୍ସନ ଓ ଔଷଧ ଲେଖି ଦେଇନିଜ ଦାୟିତ୍ଵ ସରାଇ ଦେଇଥିଲେ । ଉକ୍ତ ଶିଶୁକନ୍ୟା କୁ ନର୍ସ ରୁମ କୁ ନେଇ ଯାଇଥିବା ବେଳେ ତିଲୋତ୍ତମା ସାହୁ ନାମ୍ନୀ ଜଣେ କାର୍ଯ୍ୟରତ ନର୍ସ ଡାକ୍ତରଙ୍କ ଚିଠା ଅନୁଯାୟୀ ଇଂଜେକସନ ନ ଦେଇ ନିଜ ମନଇଚ୍ଛା କଣ ହେଉଛି କହି ଇଂଜେକସନ ଦେଇ ଦେଇ ଥିଲେ ।  ତିଲୋତ୍ତମା ସାହୁ ଓ ତାଙ୍କ ସହ ଥିବା ମୀନା କୁମାରୀ ନାମ୍ନୀ ଜଣେ ସଫେଇ କର୍ମଚାରୀ ବା ସୁଇପର ସହ ମିଶି ଦେଇଥିବା ଉକ୍ତ ଇଂଜେକସନ ଯୋଗୁଁ ଶିଶୁ କନ୍ୟା ଟିର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ସଫେଇ କର୍ମଚାରୀ ରୋଗୀଙ୍କୁ ନର୍ସ ପରି ଇଂଜେକସନ,ସାଲାଇନ ମାନ ଦେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏ ନେଇ ଟିଟିଲାଗଡ ବି ଜେ ପି ଦଳ ତରଫରୁ ଡାକ୍ତରଖାନା ଆଗରେ ରାସ୍ତା ଅବରୋଧ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଥିଲେ । ପରେ ଉଚ୍ଚ ଅଧିକାରୀ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟହୃତ କରାଯାଇଛି । ସେହିପରି ଗତ ତିନି ମାସ ତଳେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀ ମଲ୍ଲିକ ଏକ ଛୋଟ ଶିଶୁ କୁ ମାଡ ମାରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଉକ୍ତ ମୃତ ଶିଶୁକନ୍ୟାକୁ ଇଂଜେକସନ ଦେବାକୁ  ନର୍ସ ଦେଇଥିଲେ ନିର୍ଦ୍ଦେଶ ବୋଲି ପ୍ରକାଶ କରିଥିଲେ ସୁଇପର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026

You Might Also Like