-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||     

HOME   ଜିଲ୍ଲା

ନୋଏଡ଼ା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

27-Jan-2025



ନୋଏଡ଼ା/ ନୂଆଦିଲ୍ ; ନୋଏଡ଼ାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପ୍ରାଣ ପ୍ରତିଷ୍ଠା ମହୋତ୍ସବକୁ କେନ୍ଦ୍ର କରି ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ନୋଏଡ଼ାର ୧୨୧ ନମ୍ୱର ସେକ୍ଟରଠାରେ ନବ ନିର୍ମିତ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୨୯ ତାରିଖରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଲକ୍ଷାଧିକ ଭକ୍ତଙ୍କର  ସମାଗମରେ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଠାକୁର ଶ୍ରୀ ସୁଦର୍ଶନଙ୍କର ବିଗ୍ରହମାନଙ୍କରେ ପ୍ରାଣ ସଂସ୍ଥାପନ କରାଯିବ ବୋଲି ମନ୍ଦିରର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତି ସୂତ୍ରରୁ ପ୍ରକାଶ। ବସନ୍ତ ପଞ୍ଚମୀର ଶୁଭ

ତିଥିରେ ଆସନ୍ତା ଫେବୃୟାରୀ ୨ ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ତ୍ତାର ଦାୟିତ୍ଵ ନିର୍ବାହ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମନ୍ଦିର ତରଫରୁ ନିମନ୍ତ୍ରଣ କରାଯାଇଛି।ପୁରୀର ଗଜପତି ଦିବ୍ୟସିଂହ ଦେବ ଏଠାରେ ଆଦ୍ୟ ସେବକ ଭାବରେ ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରଥମେ ପୂଜାର୍ଚ୍ଚନା କରିବେ। ଏହି ଭବ୍ୟ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୌତମ ବୁଦ୍ଧ ନଗରର ସାଂସଦ ଡ. ମହେଶ ଶର୍ମା, ନୋଏଡ଼ାର ବିଧାୟକ ପଙ୍କଜ ସିଂହ ଏବଂ ଛତିଶଗଡ଼ର ବିଧାୟକ ପୁରନ୍ଦର ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।

ଶ୍ରୀଜୀଉମାନଙ୍କୁ ଜୀବନ୍ତ ସ୍ୱରୂପ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ପ୍ରାଣ ପ୍ରତିଷ୍ଠା ବିଧିକୁ ହିନ୍ଦୁ ଧର୍ମରେ ଏକ ସ୍ବତନ୍ତ୍ର ମହତ୍ଵ ପ୍ରଦାନ କରାଯାଇଥାଏ। ଏହି ପବିତ୍ର ପାର୍ବଣ ଉପଲକ୍ଷେ ମନ୍ଦିରରେ ସ୍ବତନ୍ତ୍ର ପୂଜା, ରୀତିନୀତି, ଉପଚାର ଆଧ୍ୟାତ୍ମିକ ପ୍ରବଚନ,  ବୈଦିକ ସେବା,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆଦିର ଆୟୋଜନ ହେବାକୁ ଯାଉଥିବା ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଉପ-ସଭାପତି ପ୍ରମୋଦ ଭଲ ଏବଂ ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଭିନ୍ନ ପ୍ରକାରର ନୀତିକାନ୍ତି ଓ ଆରାଧନା ସମ୍ପନ୍ନ ହେବାପରେ ପୁରୀର ମୁକ୍ତି ମଣ୍ଡପ ତରଫରୁ ପ୍ରେରିତ ପୂଜାରୀମାନଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଚୂଡାନ୍ତ ହେବାକୁ ଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ମହାନ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଯଥା ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଓ ବାରାଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଏବଂ ମହାତ୍ମାଙ୍କ ଭଳି ହିନ୍ଦୁଧର୍ମର ତୁଙ୍ଗ ନେତୃବର୍ଗମାନେ ଆସି ଯୋଗ ଦେବେ ବୋଲି ସେମାନେ ଜଣାଇଛନ୍ତି । 

ପୁରୀର ପୁରାତନ ମନ୍ଦିର ତୁଳନାରେ ନୋଏଡ଼ାର ସେକ୍ଟର ୧୨୧ ସ୍ଥିତ ଏ-୧ ର ବିସ୍ତୀର୍ଣ୍ଣ, ସୁନ୍ଦର, ସୁରମ୍ୟ ତଥା ସବୁଜିମାଘେରା ଜମି ଉପରେ ଦଣ୍ଡାୟମାନ ଏହି ବୃହତ ଏବଂ ବିଭୂଷିତ ମନ୍ଦିରଟି ଆଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି। ମନ୍ଦିରର ପ୍ରବେଶ ପଥରେ ବିଶାଳକାୟ ଓ ବୈଭବଶାଳୀ ସିଂହଦ୍ୱାର ଭକ୍ତମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବାକୁ ମହଜୁଦ ରହିଛି। ଏହାର ଭିତର ମହଲକୁ ପାରମ୍ପରିକ ଭାରତୀୟ ମନ୍ଦିରର ଆକୃତିକୁ ଆଧାର କରି ଖୁବ ନିଖୁଣ ଓ ପ୍ରାଞ୍ଜଳ ଭାବେ ପଥରଗୁଡ଼ିକୁ ଖୋଦାଇ କରାଯାଇ ବନାଯାଇଛି। ମନ୍ଦିରର ଗର୍ଭଗୃହରେ ଦିଅଁମାନଙ୍କ ଆସ୍ଥାନ ପାଇଁ ରତ୍ନ ସିଂହାସନ ଉପଲବ୍ଧ କରାଯାଇଥିବାର ସୂଚନା ମିଳିଛି।

୨୦୧୩ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରା ଯାଇଥିଲା । ନୋଏଡ଼ାଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଜାତୀୟ ରାଜଧାନୀ କ୍ଷେତ୍ରରେ ଦୃତ ବର୍ଦ୍ଧିଷ୍ଣୁ ଭକ୍ତମାନଙ୍କର ଆଧ୍ୟାତ୍ମିକ ସେବା ଓ ଧାର୍ମିକ କର୍ତ୍ତବ୍ୟର ଆବଶ୍ୟକତାକୁ ପୂରଣ କରିବା ବୋଲି

ସାଧାରଣ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚାଇଛନ୍ତି। ବର୍ଷକର ବାରମାସ ସାରା ନିୟମିତ ଭାବରେ ବିଭିନ୍ନ ପର୍ବପର୍ବାଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆୟୋଜନ କରାଯିବାରେ ଏହି ମନ୍ଦିର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ସେ ଦର୍ଶାଇଛନ୍ତି । ମନ୍ଦିରର ବାର୍ଷିକ କାର୍ଯ୍ୟସୂଚୀ ମଧ୍ୟରେ ସବୁଠୁ ବଡ଼ ଆକର୍ଷଣ ଭାବରେ ୨୦୧୩ ମସିହାଠାରୁ ଏଠାରେ ପୁରୀ ମନ୍ଦିର ଶୈଳୀରେ ରଥଯାତ୍ରା ଉତ୍ସବ ଆୟୋଜନ କରାଯାଇ ଆସୁଥିବା    ଡଃ ମହାନ୍ତି ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026

You Might Also Like