-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
26-Jan-2025
କଣ୍ଟାମାଳ( ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଆୟୋଜିତ ଅସୁରଗଡ ଲୋକ ମହୋତ୍ସବରେ ୱାଇ .ସି. ଡି. ଏ. କଣ୍ଟାମାଳ ତରଫରୁ ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ର ଏକ ମିଲେଟ୍ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା। କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ଉପ ସଭପତି ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି , ସରକାରୀ ଅଧିକାରୀ ଏବଂ ମହୋତ୍ସବ ଆୟୋଜକ ର କର୍ମକର୍ତ୍ତା ମାନେ ଏହି ମିଲେଟ ଷ୍ଟଲ୍ କୁ ଆସି ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ମିଲେଟ୍ ଖାଦ୍ୟର ସ୍ବାଦ ଚାଖିଥିଲେ ଏବଂ ୱାଈ. ସି. ଡି. ଏ. ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ମିଲେଟ୍ ସ୍ବାସ୍ଥ୍ୟ ପାଇଁ ବହୁତ୍ ହିତକର ହୋଇଥିବାରୁ ଏହାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହେଉ ଏବଂ ସମସ୍ତେ ଯେପରି ଏହାକୁ ତାଙ୍କର ନିତିଦିନିଆ ଖାଦ୍ୟରେ ସାମିଲ୍ କରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ ।ମହୋତ୍ସବ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କର ମଧ୍ୟ ଏହି ଷ୍ଟଲ୍ ରେ ବହୁତ ଭିଡ଼ ଲାଗିଥିଲା। ସମସ୍ତେ ଆସି ମିଲେଟ୍ ର ବିଭିନ୍ନ ପ୍ରକାରର ଖାଦ୍ୟ ର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ଟି ଶ୍ରୀ ଅନ୍ନ ଅଭିଯାନ କଣ୍ଟାମାଳ ର ସମସ୍ତ କର୍ମଚାରୀ ମାନଙ୍କର ସହଯୋଗରେ ସଫଳ ହୋଇଥିଲା ।