-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
26-Jan-2025
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର)
ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଡାବୁଗାଁ ଗାନ୍ଧୀ ପାର୍କରେ ଅବହେଳିତ ଅବସ୍ଥା ରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖିଲେ ଜଣାପଡୁଛି ସ୍ଥାନୀୟ ପ୍ରଶାସନର ଦେଶଭକ୍ତି କେତେ? ପ୍ରତିମୂର୍ତ୍ତିଟି ସମ୍ପୂର୍ଣ ଖଣ୍ଡିଆ ଖାବରା ହୋଇ ଯାଇଛି, କାନ କଣ୍ଡିଆ, ପ୍ରୀତମୂର୍ତ୍ତି ରୁ ଚଷମା ଗାୟବ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପଡିଛି ଖଣ୍ଡିଆ ଚପଲ ସାଙ୍ଗକୁ ଚିରା କମ୍ବଳ। ଏହା ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରୁ ପ୍ରାୟ 5ମିଟର ବ୍ୟବଧାନରେ ପଡିଛି ବିଦେଶୀ ମଦ ବୋଟଲ। କିଛିଦିନ ପୂର୍ବେ କେହି ଦୁର୍ବୁତ୍ତ ପାର୍କର ଲୁହା ଗେଟକୁ ମଧ୍ୟ ଭାଙ୍ଗି ନେଇଯାଇଥିବା ସୂଚନା ମିଲିଚି । ସବୁଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବ। ପ୍ରଶାସନର ଅବହେଳା ଏବଂ ରକ୍ଷଣ ବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଡାବୁଗାଁ ସଦର ମହକୁମା ସ୍ଥିତ ଗାନ୍ଧୀ ପାର୍କ ଏବଂ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଏକ ପଦର କହିବାକୁ ଗଲେ ଏହା ମଦୁଆଙ୍କ ଅଡ୍ଡା ସ୍ଥଳୀ ପାଲିଟି ଯାଇଛି ଏବଂ ସ୍ଵଛ ଭାରତ ମିଶନ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଫେଲ ମାରିଚି।