-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ବରଗଡ, (ମୁକୁନ୍ଦ ଦାସ): ଜାତୀୟ ଯୁବ ଦିବସ ଅବସରରେ ବରଗଡ଼ ଅନ୍ନପୂର୍ଣ୍ଣା ପେଲେସ ଠାରେ ବରଗଡ଼ ଜିଲ୍ଲା ବିଜେଡ଼ି ଯୁବ ଛାତ୍ର ଶାଖା ପକ୍ଷରୁ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ ଦେବେଶ ଆଚାର୍ୟ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପ୍ରଭାସ ସିଂ, ପ୍ରଭାତଦିତ୍ୟ ମିଶ୍ର, ସାଧୁ ନେପାକ, ବିମ୍ବାଧର କୁଅଁର ପ୍ରମୁଖ ଯୋଗ ଦେଇ ଯୁବ ଛାତ୍ର ମାନେ ଜିଲ୍ଲାର କୋଣେ ଅନୁକୋଣେ ପହଞ୍ଚି ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଲୋକଙ୍କୁ ସାହାଯ୍ୟ କରିବାକୁ ଆହ୍ବାନ କରିଥିଲେ । ସେହିପରି ଛାତ୍ର ଶାଖାର ସଭାପତି କରନ ସିକନ୍ଦର ଏବଂ ଯୁବ ଶାଖା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ବିଧାୟକ ଡଃ ବ୍ୟମକେଶ ରାୟ, ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତ ରାୟ, ଛାତ୍ର ଶାଖା ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଦେବାଶିଷ ପରିଡ଼ା, ମିଳନ ହୋତା ପ୍ରମୁଖ ଉଦବୋଧନ ଦେଇଥିଲେ ।