-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
07-Jan-2025
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ତୁକଲା ଠାରେ ଗାୟତ୍ରୀ ପରିବାର ସହ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଆଲୋଚନା, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୫୧ କୁଣ୍ଡିୟ ମହାଯଜ୍ଞ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ୧୦ ହଜାର ଭକ୍ତ ଙ୍କ ସମାଗମ ହେବାର ଲକ୍ଷ ରହିଅଛି। ଗତ ଦେବ ଦମ୍ପତି ସମ୍ମିଳନୀ, ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ତୁକଲା ମାଳପଡା ଧନୁଯାତ୍ରା ପଡ଼ିଆରେ ଆସନ୍ତା ଜାନୁଆରୀ ୧୫ ତାରିଖ ଦିନ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗ ଦେବାକୁ ଆହ୍ବାନ କରିଛନ୍ତି। ଆଜି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଯୋଗ ଦେଇଥିଲେ।