-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସଡକ ସୁରକ୍ଷା ମାସ ୨୦୨୫ ପାଳନ ଅବସର ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ଙ୍କ ଅନୁରୋଧ ଓ ବିଭାଗ ର ମିଳିତ ସହଯୋଗ ରେ ସୋନପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ସମାରୁ ସାହୁ , ସମ୍ପାଦକ ଫଣିନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ର ଚକ୍ଷୁ ଡାକ୍ତର ଜାଗାବଳିଆ ସାହୁ ଙ୍କ ଉପସ୍ଥିତି ରେ ସୋନପୁର ସ୍ଥାନୀୟ ବ୍ଲକ୍ ଛକ ରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସି ଡି ଏମ ଓ ଡାକ୍ତର ପ୍ରଦୀପ ଗୁରୁ ଶୁଭ ଉଦଘାଟନ କରିଥିଲେ। ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା , ଏମ ଭି ଆଇ ବିଶ୍ଵ ରଞ୍ଜନ ସାହୁ ଙ୍କ ସମେତ ଟ୍ରକ୍ ମାଲିକ ସଂଘ ର ଭାସ୍କର ଦାଶ,ଟୁନା ଦାଶ, କେଶବ ପୂଜାରୀ,ମାନୁ ସାହୁ, ସୁନୁ ସାହୁ, ଗୋପାଳ ଅଗ୍ରୱାଲ, ଟୁନା ସାହୁ, ସନ୍ତୋଷ ଅଗ୍ରୱାଲ , ସମୀର ଅଗ୍ରୱାଲ ପ୍ରମୁଖ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଡିନେଟର ମୋନାଜ ପଣ୍ଡା ମହାନଦୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରିଥିଲେ। ଏହି ଶିବିର ରେ ପ୍ରାୟ ୭୦ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଦୁଇ ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ କୁ ରେଫର୍ ହୋଇଥିବା ଖବର ମିଳିଛି l