-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
07-Jan-2025
ଅତାବିରା (ଆକାଶ ମିଶ୍ର ) ଅତାବିରା ମହା ବିଦ୍ୟାଳୟ ର ଛାତ ରୁ ଏବେ ଖସୁଛି ଅତଡା ।ଯାହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମନରେ ପଶିଛି ଛନକା । ୨୦ ବର୍ଷ ତଳେ ଏହି ଛାତ ନିର୍ମିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ ପ୍ରଧାନ ଙ୍କ କହିବା ଅନୁସାରେ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଏହାର ଛାତ ରୁ ଅତଡା ଖସି ସମ୍ପୂର୍ଣ୍ଣ ଲୁହା ରଡ଼ ଗୁଡ଼ିକ ଦିଶିଲାନି । ବିପଦ କୁ ଆମନ୍ତ୍ରଣ କରୁଥିବା ଏହି ଛାତ କୁ ସିଲ କରି ଅନ୍ୟ ସିଡି ରେ ପିଲା ଯିବା ଆସିବା କରୁଛନ୍ତି । ବିପଦର ସମ୍ଭାବନା କୁ ନେଇ ଅଭିଭାବକ ମହଲରେ ଚର୍ଚ୍ଚା ଚାଲିଛି । ତେଣୁ ଏହାକୁ ଶିଲ କରିଦିଆଯାଇଛି। ସେବେ ଏହା କେତେବେଳେ କେଉଁ ରୂପ ନେବ କିଏ ଜାଣିଲା । ଏହି ମହା ବିଦ୍ୟାଳୟ ରେ ଯୁକ୍ତ ଦୁଇ ଓ ତିନି ର ପଦାର୍ଥ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ରେ ସମଗ୍ର ୩୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ରାସ୍ତା ଦେ ପାଠ ପଢ଼ିବାକୁ ଯିବା ଆସିବା କରିଥାନ୍ତି ।କିନ୍ତୁ ଖସଡ଼ା ପଡିବା ଯୋଗୁଁ ଧୀରେ ଧୀରେ ଏହି ରାସ୍ତାଟି ଯିବା ଆସିବା ପାଇଁ ପିଲା ଙ୍କ ପକ୍ଷରେ ଅସୁରକ୍ଷିତ ହେବାରୁ ଏବେ ରାସ୍ତାକୁ ବନ୍ଦ କରାଯାଉଛି । ଏନ୍ ଏ ସି ଭିତରେ ଜାତୀୟ ରାଜ ପଥ କଡ଼ରେ ଥାଇ ମଧ୍ୟ ଏଥି ପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି ।