-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣ ଲୋକ ମହୋତ୍ସବ ର କିଛି କଥା କିଛି ବ୍ୟଥା*-

07-Jan-2025



(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୫  ଆରମ୍ଭ ହୋଈ ଯାଇଛି l ହେଲେ ମହୋତ୍ସବ ପଲ୍ଲୀଶ୍ରୀ ମେଳା ରେ କେତେ ସଂଖ୍ୟାରେ ଲୋକ ଆଉ ସାଂସ୍କୃତିକ ମଞ୍ଚ ସମ୍ବୁଖ ରେ କେତେ ଦର୍ଶକ ଥିଲେ ତାହା ସମସ୍ତେ ଜାଣନ୍ତି l ରାଜ୍ୟ ସରକାର ଙ୍କ ଜଣେ ପାୱାର ଫୁଲ୍ ଡେପୁଟି ସି ଏମ, ଜଣେ ମନ୍ତ୍ରୀ, ଜଣେ ବିଧାୟକ ଙ୍କ ଅଭିଭାଷଣ ଶୁଣିବା ବେଳେ ହାତ ଗଣତି କିଛି ଦର୍ଶକ ଥିବା କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖା ଯାଇଥିଲା l ଏହା ଅତିଥି ଅଭ୍ୟାଗତ ଙ୍କ ପାଇଁ ଅସମ୍ମାନ ବୋଲି  ଭିତରେ ଭିତରେ ଚର୍ଚ୍ଚା ଜୋର୍ ଧରିଥିଲା l  ଦର୍ଶକ ବା କେମିତି ରହିବେ ପ୍ରବଳ ଥଣ୍ଡା ରେ ଖୋଲା ଆକାଶ ତଳେ  l ଏଥର ପ୍ରଥମ ଥର ଅତିଥି, ପ୍ରେସ, ବରିଷ୍ଠ ନାଗରିକ, ଦର୍ଶକ ଓ ସବୁ ଗ୍ୟାଲେରୀ  ଉପରେ ଶେଡ ଟିଏ ବ୍ୟବସ୍ଥା ହୋଈନି l ପୁରା ଖୋଲା ଆକାଶ l ହଁ ଆମ ଏଥର ର ଜିଲ୍ଲାପାଳ ଓ ମହୋତ୍ସବ ର ମୁଖ୍ୟ ଆୟୋଜକ ବରିଷ୍ଠ ଅଫିସର୍ ଶ୍ରୀ ମେହେର ସାର୍ ଙ୍କ ଦିଲ୍ ଖୋଲା l ୫ ଟି କାମ ରୁ ଆଜି ଯାଏ ଯାହା କରନ୍ତି ସବୁ ଓପନ୍ ଲୁଚା ଛପା ନାଇଁ l ଏ କଥା ବି କାହାକୁ ଅଛପା ନାହିଁ l ଆମ ଇଚ୍ଛା ଆମେ କରିବୁନି l ମଞ୍ଚ ଆଗରେ ଦର୍ଶକ ଙ୍କ ପାଇଁ ଗୋଟେ ସେଡ୍ କରିବା କୁ କେବେ ବି ଟଙ୍କା ର ଅଭାବ ରହୁ ନ ଥିଲା l ଏ ବର୍ଷ ଟଙ୍କା ସବୁ କୁଆଡେ ଗଲା l ସରକାରୀ ବେସରକାରୀ ଯେଉଁ ସଂସ୍ଥା କୁ ପଚାରିଲେ ସାର୍ ସବୁ ବର୍ଷ ଠାରୁ ଏ ବର୍ଷ ମହୋତ୍ସବ କୁ ଚାନ୍ଦା ଅଧିକ ଦେଇଛୁ, ଆପଣଙ୍କ ଖବର କାଗଜ କୁ ବିଭାଗୀୟ ବିଜ୍ଞାପନ ଆଉ ଦେବା ସମ୍ଭବ ନୁହେଁ ବୋଲି ସାମ୍ୱାଦିକ ଙ୍କୁ ଗୋପନ ରେ କହୁଛନ୍ତି l  ସବୁ ଇଭେଣ୍ଟ ରେ ଖର୍ଚ୍ଚ କାଟ l ପଇସା ନାହିଁ ପଇସା ନାହିଁ ପ୍ରକୃତ ରେ ଅର୍ଥ ଗଲା କୁଆଡେ଼ l ଏହା ସାର୍ବ ଜନିନ କରାଯାଉ l ଏ ପଟେ ପୁଣି କୋରୋନା ଭଳି ଏଚ ଏମ ଭି ପି ଭୁତାଣୁ ପାଇଁ କେନ୍ଦ୍ର ସରକାର କଡା ନିୟମ ଓ ସତର୍କତା କଲେଣି l ଏମିତି ଦେଖିଲେ ଏହି ନିୟମ କୁ  ବି ପୁରା ଉଲଂଘନ କରିଛି ଏଠିକାର ପ୍ରସାସନ୍ l ଲୋକ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁନ୍ଦର ଓ ସଫଳ କରିବା ପାଇଁ ବରିଷ୍ଠ  କଲ୍ଚରାଲ କୋଡ଼ି ନେଟର ଙ୍କ ପରାମର୍ଶ କୁ ବେଖlତିର କରିବା ଓ ଲୋକ ମହୋତ୍ସବ ରେ ଲୋକ ମାନଙ୍କୁ ସାମିଲ୍ କରୁ ନ ଥିବା ଦୁଃଖ ର ବିଷୟ ଅଟେ l ସତେ ଯେମିତି ଅଫିସର୍ ମହୋତ୍ସବ ପରି ଜଣା ପଡ଼ିଛି ଏଥର l  ପ୍ରଥମ ଦିନ ପ୍ରେସ ଗ୍ୟାଲେରୀ କୁ  ଚା ଆସିଲା ପୁଣି ଥଣ୍ଡା ଚା, ପାଣି ମାଗିବାରୁ ସାର୍ ପାଣି ବୋଟଲ ସଟେଜ୍ ବୋଲି ଉତ୍ତର ଆସିଲା ଭିତରୁ l  ଥଣ୍ଡା ଚା କୁ ପାଣି  ଭାବି ହସି ହସି  ଢ଼ୋକି ଦେଲୁ l  ପ୍ରେସ କଥା ଛାଡନ୍ତୁ ଆମେ ତ ସ୍ଥାନୀୟ  ଲୋକ l ହେଲେ ଯେଉଁ ରାଜ୍ୟ ବାହାରୁ କଳାକାର ଅତିଥି ଆସିଛନ୍ତି ତାଙ୍କୁ  ଖାଇବା ରେ ଏତେ ପାତର ଅନ୍ତର କାହିଁ l ଗତ କାଲି କେଟ୍ରିନ ରେ ଡିନର ରେ ଭେଜ୍ ବ୍ୟବସ୍ଥା ଥିବା ବେଳେ ଓ ଆମ ଆଦର୍ଶ ସ୍କୁଲ୍ ର କଳାକାର ମାନେ ଡାଲି ଭାତ ଖଟା ଖାଉଥିବା ବେଳେ ଆସାମ ବିହୁ କଳାକାର କିନ୍ତୁ ଓପନ୍ ଲି ଚିକେନ ପ୍ୟାକେଟ ଫାଡ଼ି ଆଦର୍ଶ ସ୍କୁଲ୍ ସବୁ ଛୁଆ ଙ୍କ ଆଗରେ ଖାଇବା ଦୃଶ୍ୟ ଉପସ୍ଥିତ ଅନ୍ୟ ଟ୍ରୁପ କଳାକାର , ବୁଦ୍ଧିଜୀବୀ ଓ କିଛି ସାମ୍ୱାଦିକ ଙ୍କୁ ହଟ କରିଛି l ଆମେ କ୍ୟଟ୍ରିନ କୁ ପଚାରି ବାରୁ ସେମାନେ ଜାଣି ନି ଏକଥା କହିଲେ l ଅନ୍ୟ ଛୁଆ ବା କଳାକାର ଙ୍କ  ଆଗରେ ଚିକେନ ଖାଇବା, ପାତର ଅନ୍ତର ଏ ସବୁ ତ ଠିକ ହେଲାନି l ଯଦି ବାହାରୁ ନନ୍ ଭେଜ କିଣି ଆଣିଛନ୍ତି ଆସାମ କଳାକାର ତ ଜିଲ୍ଲା ପାଇଁ ଆହୁରି ନିନ୍ଦା ଓ ଅପମାନ ର ବିଷୟ l ଉତ୍ତର ଦେବେ କି ଆୟୋଜକ l  ଆହୁରି ରୋଚକ କଥା ଅଛି ଆଜ୍ଞା ମାନେ , ଏ ପଟେ  ଅଫିସର୍, ଭି ଭି ଆଇ ପି ଙ୍କୁ ଷ୍ଟାଣ୍ଡାର୍ଡ କ୍ୟଟ୍ରିଁନ ଦ୍ବାରା  ଆସୁଥିଲା ଥର କୁ ଥର ଗରମ ଚା ଓ ସୂପ, ଆଉ ବୁଦ୍ଧିଜୀବୀ , କଳାକାର, ସାମ୍ୱାଦିକ ଓ ବରିଷ୍ଠ ନାଗରିକ ଙ୍କୁ  ପ୍ରବଳ ଥଣ୍ଡା ରେ ଭିନ୍ନ କ୍ୟଟେରିନ୍ ରୁ ଥଣ୍ଡା ଚା ଟିକେ ଦେଇ ପ୍ରଶାସନ କରା ଇଲା ପାର୍ଟି ଚୁପ୍ l ଆହୁରି ଆଶ୍ଚର୍ଯ୍ୟ କଥା ଆଜ୍ଞା, ଗତ କାଲି କୌଣସି ଅଫିସର୍, ସରକାରି ଅଧିକାରୀ କର୍ମଚାରୀ ଙ୍କୁ  ଡିନର ବେଳେ କ୍ୟାଟ୍ରିନ ରେ ଦେଖା ମିଳିନି l ଆମେ ଭାବିଲୁ ଯାତ୍ରା ସଫଳତା ପାଇଁ ସାହେବ ମାନଙ୍କ ଉପବାସ ବୋଧେ l କିନ୍ତୁ ଅସଲି କଥା ପୁରା ସିରିଅସ  ଶୁଣିଲୁ, ସାର୍ ଓ ଅନେକ କର୍ମଚାରୀ ମାନେ ଭି ଭି ଆଇ ପି ଜାଗା ସର୍କିଟ ହାଉସ ରୁ ରାତ୍ରି ଭୋଜନ କରିଥିବା ଶୁଣିଲୁ l ହଁ ଭାଈ ଅଫିସର୍ ଉତ୍ସବ ଯାହା କରୁଛ କର l  ହଁ ଆଜ୍ଞା ଏଥର ୨/୩  ଶହ ଏଭେଲେବୁଲ ଷ୍ଟଲ୍ ଖୋଲିଛି ବୋଲି ଓର୍ମlର୍ସ ବାହା ବାହା ନେଉଥିବା ବେଳେ ଅନେକ ସ୍ଥାନୀୟ ବ୍ୟବସାୟୀ ଙ୍କୁ ଷ୍ଟଲ୍ ମିଳି ନ ଥିବା ଖବର ମିଳିଛି l ପ୍ରଥମ ଦିନ କିନ୍ତୁ ଅନେକ ଷ୍ଟଲ୍ ରେ ନମ୍ୱର୍ ପଡ଼ି ନ ଥିବା ଦେଖା ଦେଇଛି ଏଥିରେ ରହସ୍ୟ କଣ ?  ଜିଲ୍ଲା ମହୋତ୍ସବ ର ସ୍ମରଣିକା ଉନ୍ମୋଚନ ହେଲା ହେଲେ ନା ପ୍ରେସ, ନା ବୁଦ୍ଧିଜୀବି, ନା ପାଠକ ନା ବରିଷ୍ଠ ନାଗରିକ ଙ୍କ ପାଖକୁ ବହି ଖଣ୍ଡେ ଆସିଲା l ସେ ଯାହା ହେଉ ଆମ ମେହେର ସାର୍  କିନ୍ତୁ ସବୁବେଳେ ଖୁସି ଭଲ ସ୍ମାଇଲ ଦିଅନ୍ତି l  କାର୍ଯ୍ଯ ରେ ବି ଦକ୍ଷତା ଅଛି ନା ଆଉ କଣ ଏମିତି ଭାବୁଛ କି l ଏଥର ସାର୍ କିନ୍ତୁ ଫୁଡ୍ ଷ୍ଟଲ୍ ସବୁ ଅଲଗା କରି ସୁନ୍ଦର୍ ଆୟୋଜନ କରି ଛନ୍ତି l ହାତ ଧୋଇବାକୁ ବେଶିନ କିନ୍ତୁ ଦୁଇଟା ଜାଗାରେ ଦେଇଥିଲେ ଆଉ ଟିକେ ସୁନ୍ଦର ହେଇଥାନ୍ତା ଯାହା ଦେଖିଲୁ କହିଲୁ ଖରାପ ଭାବିବେ ନି ସାର୍ l ଆଉ କିଛି ଜେସିପି ଲଗାଇ ଦେଇ ପଡ଼ିଆ ମାଟି କୁ ଲେବେଲ୍ କରିଥିଲେ ଲୋକ ଙ୍କୁ ବ୍ରେକ ଡ୍ୟାନ୍ସ ଦେବାକୁ ପଡ଼ି ନ ଥାନ୍ତା l ଖlଲ ଢିପ ରେ ହିଟି ହାବୁଡି ପଡ଼ି ନ ଥାନ୍ତେ l ହଁ ଆଜ୍ଞା ଆମ ଜିଲ୍ଲା ର ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ମାଡ଼ାମ୍ ତ ଷ୍ଟେଜ ଉପରେ ଆଗରେ ସବୁଠି ଦେଖା ଯାଉଥିଲେ ,ହେଲେ ଆମ ପୋଲିସ ମୁଖ୍ୟ ଏସପି ଙ୍କୁ ତ ଆମେ କେହି ଦେଖା ପାଇଲୁ ନାହିଁ ଆଶ୍ଚର୍ଯ୍ୟ l ତାଙ୍କୁ କମ୍ ସେ କମ୍ ଷ୍ଟେଜ ଆଗରେ ସମ୍ମାନ ର ସହ ବସିବାକୁ ଦେବା ଉଚିତ ଥିଲା l ହଁ ଆଜ୍ଞା ସବୁଠୁ ରୋଚକ ଥିଲା ସଭା ମଞ୍ଚ ର କିଛି କଥା କିଛି ବ୍ୟଥା l ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କ ଭାଷଣ ରେ ଇନପୁଟ ସବସିଡି କଥା ର କିଛି ତ୍ରୁଟି ଦର୍ଶାଇ ଇନପୁଟ ସବ୍ସିଡି ଜାଗାରେ ଚାଷୀ ଙ୍କୁ ଅଧିକ ଇନପୁଟ ଆସିଷ୍ଟାନ୍ସ ଦିଆଯାଇଛି ବୋଲି ଉପ ମୂଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କ୍ଲିଅର ଭାବେ ବୁଝାଇ କହିଥିଲେ l  ଭୁଲ ଚୁକ୍ ସମସ୍ତ ଙ୍କ ର ଅଛି ଭାଈ କେତେ ଉଦାର ଦେଖ ଉପ ମୂଖ୍ୟମନ୍ତ୍ରୀ ଓ ଲୋକ ଙ୍କ ନୂଆଁ ସରକାର୍ l ହେଲେ ଜାଣି ଶୁଣି ଖର୍ଚ୍ଚ କାଟ କରି ଜିଲ୍ଲା ମହୋତ୍ସବ ରେ ଏତେ ଗୁଲୁଗୁଲା କାହିଁ l ହଉ ବ୍ୟଥା ରେ ଟିକେ ମଲମ ଦେଇ ବିଶ୍ରାମ ନେବା,  ଆଉ ଦ୍ବିତୀୟ ଦିବସ ଯାତ୍ରା ଦେଖିବା କୁ ପାଉଡର ଲଗାଇବା l ସେଠି କିଛି କଥା ଶୁଣିବା ଜାଣିବା ଆଜ୍ଞା ମାନଙ୍କ ଠାରୁ ଅନେକ କିଛି ଅଭିଜ୍ଞତା ହାସଲ କରିବା l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like