-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ଅତାବିରା(ଆକାଶ ମିଶ୍ର): ଅତାବିରା ବ୍ଲକ ପାଲି ବୁଗୁବୁଗl ଗ୍ରାମରେ ଅଖିଳ ଭାରତୀୟ ଗଣୱାନା ର ଗଣ୍ଡ ମହାସଭା ବୁଗୁବୁଗା ସର୍କଲ ପକ୍ଷରୁ ଗଣ୍ଡ ମହା ସମାଜର ଇଷ୍ଟଦେବୀ ମାଁ ବୁଢ଼ାଦେଓ ଙ୍କ ଛତର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଯାଇଛି । ପୌଷ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଯାତ୍ରା ପ୍ରତିବର୍ଷ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳିତ ହୋଇ ଆସୁଅଛି । ଏହି ଯାତ୍ରା ପାଇଁ ଆଜି କୁମୁରା ଡୋଲାମଣୀ ଭୋଇ ଓ ନିଶାମଣି ଭୋଇ ଙ୍କ ମନ୍ତ୍ର ପାଠ ଓ ଘଣ୍ଟ ଶଙ୍ଖ ଧ୍ୱନି ସହ ଗ୍ରାମ ପୋଖରୀରୁ ପୂର୍ଣ୍ଣ କଳସ ଅଣାଯାଇ ଗ୍ରାମ ପରିକ୍ରମା ପରେ ମାଁ ବୁଢ଼ାଦେଓ ଙ୍କ ମନ୍ଦିରରେ ସ୍ଥାପନ କରାଯାଇଥିଲା । ବୀର ଭୋଇ ଓ ପ୍ରଶାନ୍ତ ଭୋଇ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଉଛନ୍ତି।
ଏହି ଛତର ଯାତ୍ରା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।ଆସନ୍ତାକାଲି ଅର୍ଥାତ୍ ୩/୧ ତାରିଖ ମାଁ ଙ୍କର୍ ଛତର ଯାତ୍ରା ଦୁଲୁଦୁଳି ବାଜା ସହ ଗ୍ରାମ ପରିକ୍ରମା କରିବ ବୋଲି ଜଣା ପଡିଛି । ଗ୍ରାମର ରମାକାନ୍ତ ଭୋଇ ଓ ରଞ୍ଜନ ମରପାଚି ଓ ଅଜିତ ଭୋଇ ଙ୍କୁ ଦେହେରିଆ ଭାବରେ ବରଣ କରାଯାଇଛି ।ପୂଜାର ରୀତି ନୀତି ଅନୁସାରେ ଏମାନଙ୍କ ଶରୀରରେ ମାଁ ବିଜେ କରି ଭକ୍ତ ମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିଥାନ୍ତି ବୋଲି ଗ୍ରାମବାସୀ କହନ୍ତି । ତେଣୁ ଏହି ଆସ୍ଥା ଓ ବିଶ୍ୱାସ ନେଇ
ମାନସିକ ଧାରି ମାନେ ନିଜ ନିଜର ମାନସିକ ନେଇ ମାଁ ଙ୍କ ଠାରେ ଅଧିଆ ପଡନ୍ତି । ମାଆଙ୍କର ନିର୍ଦ୍ଦେଶ ଯାହା ଆସିଥାଏ ସେମାନେ ତାକୁ ପାଳନ କଲେ ମାଁ ସେମାନଙ୍କ ମନୋକାମନା ପୁରଣ କରିଥାନ୍ତି । ଯାତ୍ରା ର ଶେଷ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଛତର ଯାତ୍ରା ଗ୍ରାମ ପରିକ୍ରମା ସମୟରେ ଗ୍ରାମର ପ୍ରତି ଘରେ ଦୀପ କଳସ ବସାଇ ମାଁ ଙ୍କ ର ପାଦ ଧୋଇ ପୂଜା କରିଥାନ୍ତି । ମହାସଭା ର ବ୍ଲକ ସଭାପତି ରମାକାନ୍ତ ଭୋଇଙ୍କ ଉପସ୍ଥିତି ରେ ତଥା ବୁଗୁଵୁଗା ସର୍କଲ ସଭାପତି ଯାଦବ ଭୋଇ ଓ ସମ୍ପଦକ୍ରଞ୍ଜନ ମରପାଚିଙ୍କ ତତ୍ତ୍ଵାବଧାନରେ ଏହି ଯାତ୍ରା ଆୟୋଜିତ ହୋଇଛି । ଲକ୍ଷ୍ମଣ ଭୋଇ ପ୍ରମୁଖ, ସହଦେବ ଭୋଇ ଙ୍କ ସମେତ ଗଣ୍ଡ ସମାଜ ର ସମସ୍ତ ସଦସ୍ୟ ସଦସ୍ୟା, କର୍ମକର୍ତ୍ତା ସହଯୋଗ କରୁଛନ୍ତି ।