-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସ୍ଥିତ ଦାମୋଦର କଟା ଉପକଣ୍ଠସ୍ଥ ନିତ୍ୟାନନ୍ଦ ଆଶ୍ରମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ବର କଲ୍ୟାଣ ନିମିତ୍ତ ଚଣ୍ଡୀହୋମ ଯଜ୍ଞ ନବବର୍ଷରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପୋଖରୀରୁ ପୁର୍ଣ୍ଣ କଳସ ଆଣି ସ୍ଥାପନ କରାଯାଇଥିଲା।।ପରେ ରୀତିନୀତି ସହକାରେ ଦେବୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରାଯାଇଥିଲା।।କର୍ତ୍ତା ଭାବେ ରଜନୀକାନ୍ତ ଗଡତୀୟା,ସରୋଜ କୁମାର ସାହୁ, ନରେନ୍ଦ୍ର ମହାପାତ୍ର, ସୁବ୍ରତ ରଥ,ପାଣ୍ଡବ ପଧାନ,ପ୍ରେମାନନ୍ଦ ମହାପାତ୍ର, ପବିତ୍ର ପଧାନ, ଗୌରାଙ୍ଗ ପଧାନ, ନରସିଂହ ସାହୁ ପ୍ରମୁଖ ପୂଜାରେ ରହିଥିଲେ ।ରାଜପୁରୋହିତ କିଶୋର ଚନ୍ଦ୍ର ପୁଜାରୀ ପୂଜାକର୍ମ ସମ୍ପାଦନ କରିଥିଲେ ।ପୁରୋହିତ ଙ୍କ ବେଦମନ୍ତ୍ରପାଠରେ ଏକ ଅପୁର୍ବ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ବିକାଶ ଦାଶ,ଭାଗବତ ପଧାନ, ଅରୁଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।