-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବଲାଙ୍ଗୀର (ଦେବାଶିଷ ବହିଦାର): ତ୍ଵରିତ ନ୍ୟାୟ ପ୍ରଦାନ ଓ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବା ଦିଗରେ ଉଭୟ ବିଚାରପତି ଓ ଆଇନଜୀବୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଏମାନଙ୍କ ଭିତରେ ଉତ୍ତମ ସମନ୍ଵୟ କୋର୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାଏ l ଏହି କ୍ରମରେ ଆଜି ବଲାଙ୍ଗୀର ସିଭିଲ କୋର୍ଟ ର ବିଚାରପତି ମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜିଲ୍ଲା ଓକିଲ ସଂଘର ସଭ୍ଯମାନେ l ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭ୍ୟ ମାନେ କୋର୍ଟର ସମସ୍ତ ବିଚାରପତି ମାନଙ୍କୁ ସାକ୍ଷାତ କରି ନୂଆଁ ବର୍ଷ ୨୦୨୫ ର ଅଭିନନ୍ଦନ ଜଣାଇଛନ୍ତି l ନୂଆଁ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରାଯାଇଛି l ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଙ୍କ ନେତୃତ୍ଵରେ ସଂଘର ବହୁ ସଭ୍ଯ/ସଭ୍ୟା ମାନ୍ୟବର ଜିଲ୍ଲା ଦୌରାଜଜ୍ ଙ୍କ ସମେତ ଅନ୍ୟ ଜଜ୍ ମାନଙ୍କୁ ସାକ୍ଷାତ କରି ବୃତ୍ତିଗତ ଜୀବନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l