-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ନୂଆଁପଡ଼ା(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ପ୍ରଜ୍ଞାପୀଠ ରେ ୯ କୁଣ୍ଡିୟ ଗାୟତ୍ରୀଯଜ୍ଞ ଅନୁଷ୍ଠିତ ହୋଇଛି | ଲୋକେ ଜାନୁଆରୀ ମାସର ପ୍ରଥମ ଦିନ ଭୋଜି ଭାତରେ ପାଳନ କରିଥାନ୍ତି | ହାତୀବନ୍ଧା ଠାରେ ଏହି ଦିନକୁ ଏକ ଆଧ୍ୟାତ୍ମିକ ଢଙ୍ଗରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ଧୁମଧାମ ରେ ପାଳନ କରାଯାଇଛି | ଏହି ଯଜ୍ଞ ରେ ଗାଁ ର ସମସ୍ତ ଶ୍ରଦ୍ଧାଲୁ ଓ ଅଞ୍ଚଳ ର ବିଭିନ୍ନ ଗ୍ରାମରୁ ଲୋକେ ଯୋଗ ଦେଇ ଥିଲେ | ଉକ୍ତ ଯଜ୍ଞରେ ପ୍ରାୟ ୩ ହଜାର ରୁ ଅଧିକ ଲୋକ ଏହି ଯଜ୍ଞରେ ଯୋଗ ଦେଇଥିଲେ | ଉକ୍ତ ଯଜ୍ଞରେ ବିଭିନ୍ନ ସଂସ୍କାର ମଧ୍ୟ ନିଶଲୁକ ରେ କରାଯାଇ ଥିଲା | ମୁଣ୍ଡନ ସଂସ୍କାର ୩0 ,କୁଣ୍ଡାବେରା ୧୫ଗର୍ଭଧାନ ସଂସ୍କାର ୨,ଅନ୍ନପ୍ରସନ ୪,ଦୀକ୍ଷା ସଂସାର ୨ ଏହି ପରି ଅନେକ କାର୍ଯ୍ୟକ୍ରମ କରାଯାଇଥିଲା | ଟୋଲୀ ନାୟକ ଶ୍ରୀ ସଦାନନ୍ଦ ଯାଦବଙ୍କ ନେତୃତ୍ୱ ରେ ଏହି ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମର ଯୁବା ମଣ୍ଡଳ ଓ ମହିଳା ମଣ୍ଡଳର ଭାଇ ଭଉଣୀ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଅନେକ ଶିକ୍ଷା ବିତ, ଗାୟତ୍ରୀ ପରିବାର ର ସମସ୍ତ କର୍ମକର୍ତ୍ତା ଧନ୍ୟବାଦ ଦେଇ ନୂତନ ବର୍ଷ ସୁଖମୟ ହେଉ ବୋଲି କହିଥିଲେ |