-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||     

HOME   ଜିଲ୍ଲା

ଚାନ୍ଦିଲି ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ମିଳିତ ଉଦ୍ୟମ ଦରକାର- ନରସିଂହ

02-Jan-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଅତିତରେ ଆମେ ଉଦ୍ୟମ କରି ଭୀମ ଡୁଙ୍ଗୁରିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଆଣିବାରେ ସଫଳ ହୋଇଛୁଁ । ଚାନ୍ଦିଲି ପାହାଡ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦିଗରୁ କୌଣସି ଗୁଣରେ କମ ନୁହେଁ । ତେଣୁ ଆସନ୍ତୁ ଏହାର ସଂରକ୍ଷଣ, ସୌନ୍ଦର୍ଯିକରଣ ଓ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ମିଳିତ ଉଦ୍ୟମ କରିବା, ଯାହା ଦ୍ୱାରା କି ଏ ଅଂଚଳ ଲୋକଙ୍କର ସମାଜିକ, ସଂସ୍କୃତିକ ଓ ଅର୍ଥନୈତିକ ବିକାଶ ରେ ଏହା ସହାୟକ ହେବ ବୋଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଦେଷଣ୍ଢ ପଂଚାୟତର ଚାନ୍ଦଲି ପାହାଡ ବକ୍ଷଦେଶ ରେ ଅନୁଷ୍ଠିତ ଚାନ୍ଦିଲି ମହୋତ୍ସବ ସ୍ଥଳରେ ଉପସ୍ଥିତ ରହି ପୂର୍ବତନ ବଲାଙ୍ଗିର ବିଧାୟକ ତଥା ଓଡିଶା ସରକାର ଙ୍କ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବି ଉତ୍ସବ କୌଣସି ବ୍ୟକ୍ତି କୌଣସି ଦଳର ନୁହେଁ ଏହା ସମସ୍ତଙ୍କର ତେଣୁ ଏ ଅଂଚଳର ଉନ୍ନତି ପାଇଁ ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡା । ଏହି ଚାନ୍ଦିଲି ପାହାଡକୁ ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ସେ କଥା ହୋଇଛନ୍ତି । ଆସନ୍ତୁ ସମସ୍ତେ ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଆଦର୍ଶ ଓ ଉଦ୍ଦେଶ୍ୟ ରୁ ଉର୍ଦ୍ଧ୍ୱରେ ମିଳିତ ହୋଇ ଏ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ଉଦ୍ୟମ କରିବା । ବିଧାୟକ ଥିଲାବେଳେ ଏ ଅଂଚଳର ଲୋକେ ଏ ପାହାଡକୁ ମୋ ଦୃଷ୍ଟି ଗୋଚରକୁ ଆଣିଥିଲେ । ସେତେବେଳେ ଏହା ବିକାଶ ପାଇଁ ନିଜ ପାଣ୍ଠି ତଥା ସରକାରଙ୍କ ଠାରୁ ଅନେକ ଅନୁଦାନ ଅଣାଯାଇ କାମ ଗୁଡିକର ଭିତ୍ତି ପ୍ରସ୍ତର ଦିଆଯାଇଥିଲା କିନ୍ତୁ ନିର୍ବାଚନ ଆସିଯାଇଥିବାରୁ ତାହା କମ୍ ପଡିଥିଲା । ସେ କାମ ଗୁଡିକ ଏବେ ଆରମ୍ଭ ହୋଇଛି । ଏଠାରେ ମଣ୍ଡପ ସହ ପାହାଡ ଉପରେ ପ୍ରହରୀ ମଣ୍ଡପର ନିର୍ମାଣ କାମ ଚାଲିଛି । ତା ସହ ରାସ୍ତା କାମ ପାଇଁ ୨କୋଟି ୮୦ ଲକ୍ଷ ଟଙ୍କାର ଅନୁଦାନ ଅଣାଯାଇଥିଲା ଯାହାକି ବର୍ତ୍ତମାନ ପିଡବ୍ଲୁଡି ରାସ୍ତାରୁ ପାହାଡ ର ଚାରିକଡରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିକଟରେ ଥିବା ମେହେରକଟା ର ଉନ୍ନତିକରଣ ପାଇଁ ମଧ୍ୟ ସେ ସମୟରୁ ଉଦ୍ୟମ ଆରମ୍ଭ ହୋଇଥିଲା କେବଳ ଜଙ୍ଗଲ ବିଭାଗର ଅନୁମତି ପାଇଁ କାମ ଅଟକିଥିଲା । ବହୁ ଶିଘ୍ର ସେ ସବୁର ମଞ୍ଜୁରି ମିଳିବ ଏବଂ ମେହେରକଟାର ମଧ୍ୟ ଉନ୍ନତିକରଣ ସାଙ୍ଗକୁ ସୌନ୍ଦର୍ଯିକରଣ ଓ ଜଳଧାରଣ କ୍ଷମତା ବଢିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାମଜୀ ଚୈାଧୁରୀ, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, ସମିତି ସଭ୍ୟ ସକିର୍ତ୍ତନ ବାଗ, ସିଙ୍ଗାମୁଣ୍ଡା ସରପଂଚ ଜାନକୀ ମହାରଣା, ଦେଷଣ୍ଢ ସରପଂଚ ଯଶୋଦା ମେହେର, ସରପଂଚ ଜଗ ମେହେର, ସରପଂଚ ଗୋପାଲ ବାଗ, ଲିଟନ ହୋତା, ରାଧେଶ୍ୟାମ ମେହେର, ଦିନ ମେହେର, ରବିନ୍ଦ୍ର ମେହେର, ସ୍ୱୟମ୍ବର ମେହେର, ବନମାଲି ମେହେର, ରଘୁ ରଣା ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026
  ଜିଲ୍ଲା  
ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    01-May-2026

You Might Also Like