-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||     

HOME   ଜିଲ୍ଲା

ନୂଆପଡ଼ାରେ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ

02-Jan-2025



ନୂଆପଡ଼ା( ଚିନ୍ତାମଣି ନେତାମ )
ନୂଆପଡ଼ା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବରେଣ୍ୟ ଅତିଥି ଭାବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସାଂସଦ ପ୍ରତିନିଧି ଯଦୁମଣି ପାଣିଗ୍ରାହୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା ,ନୂଆପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ୍ କର, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଲବ ସୋରେନ ଏଵଂ ସଭାର ଆବାହକ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ସଞ୍ଜିବ କୁମାର ଭତ୍ରା ଉପସ୍ଥିତ ଥିଲେ l ଚଳିତ ବର୍ଷ ସମଗ୍ର ରାଜ୍ୟରେ କୃଷି ଓଡ଼ିଶା ସହିତ ପାଣି ପଞ୍ଚାୟତ ପକ୍ଷ ସଂଯୁକ୍ତ ଭାବରେ ପାଳନ କରା ଯାଉଛି l ସଭା କୁ ସଂଵୋଧନ କରି ଅତିଥି ମାନେ କହିଲେଯେ କୃଷକ ସମାଜକୁ ବିକଶିତ ଏଵଂ ସ୍ଵୟଂ ସମ୍ପୂର୍ଣ କରିବା ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ l ପାଣି ପଞ୍ଚାୟତ ମାଧ୍ୟମରେ ଜଳ ଉତ୍ସ ଗୁଡ଼ିକର ବ୍ୟବହାରରେ ଚାଷୀ, ମହିଳା ଚାଷୀ, ମତ୍ସ୍ୟଜୀବୀ ତଥା ଉପଭୋକ୍ତା ମାନଙ୍କୁ ଜଳ ସମ୍ପଦ ର ବ୍ଯବହାର ଓ ଏହାର ସମ୍ପୃକ୍ତି ରେ ସୁଯୋଗ ମିଳି ପାରୁଛି l ଜିଲ୍ଲାରେ ଥିବା ଜଳ ସେଚନ ପ୍ରକଳ୍ପ ତଥା ଜଳ ଉତ୍ସ ଗୁଡ଼ିକର ସୁପରିଚାଳନା ହେଲେ କୃଷି କ୍ଷେତ୍ରରେ ଜିଲ୍ଲା ଆହୁରି ଉନ୍ନତି କରି ପାରିବ l ଚାଷୀ ମାନେ ଏବେ ଅର୍ଥକାରୀ ଅଣଧାନ ଫସଲ ଚାଷ ଉପରେ ଗୁରୁତ୍ବ ଦେବା ଆବଶ୍ୟକ lଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ  ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ସଦସ୍ୟା ମାନଙ୍କୁ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ କରିବା ପାଇଁ ଶପଥ ପାଠ କରାଇଥିଲେ l ସେ କହିଲେ ଚାଷୀ ହସିଲେ ଦେଶ ହସିବ l କୃଷକ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ସବୁବେଳେ ପ୍ରସ୍ତୁତ ଅଛି l କୃଷକ ମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ରାଜନୈତିକ ନେତୃତ୍ୱ, ପ୍ରଶାସନ ଓ କୃଷକ ସମାଜ ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରା ଯିବାର ଆବଶ୍ୟକତା ଅଛି l ଏହି ଉତ୍ସବ ରେ ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ଓର୍ ମାସ୍, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ଖୋଲା ଯାଇଥିଲା l ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ l ଏହି ଉତ୍ସବରେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ କୃଷକ ପ୍ରତିନିଧି,ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟା, ମିଶନ ଶକ୍ତି ସଦସ୍ୟା ତଥା ଚାଷୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ଲୋକ ପ୍ରତିନିଧି, ଲାଇନ୍ ବିଭାଗ ଅଧିକାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026
  ଜିଲ୍ଲା  
ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    01-May-2026

You Might Also Like