-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
କଣ୍ଟାମାଳ(ଜୟ କୁମାର ମହାରଣା): ଜିଲ୍ଲା ଗଠନର ୩୧ତମ ସ୍ଵନକ୍ଷେତ୍ର ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଆଜି ଅନୁଷ୍ଠିତ ହେବ l ଏନେଇ ଆଜି କଣ୍ଟାମାଳ ବ୍ଲକ ପ୍ରଶାସନ ପକ୍ଷରୁ ଉମା ପଂଚାୟତ ଅନ୍ତର୍ଗତ ରେଘାମୁଣ୍ଡା ଶିବ ମନ୍ଦିରରେ ପୁଜାର୍ଚନା ପରେ ଏକ ମଶାଲ କଣ୍ଟାମାଳ ଅଣାଯାଇଥିଲା l କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ଙ୍କ ନେତୃତ୍ୱ ରେ
କଣ୍ଟାମାଳ ପଞ୍ଚାୟତ ର କଲରାକୋଠା ମା କାଳୀ ମନ୍ଦିର ଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ,
ହାଟପଦା, ହସପିଟାଲ ଛକ, ବ୍ଲକ ଛକ, ତହସିଲଛକ, କୋର୍ଟ ଛକ ଦେଇ ମନମୁଣ୍ଡା ହୋଇ ବୌଦ୍ଧ ଅଭିମୁଖେ ବାହାରିଥିଲା l ଏହି ଶୋଭା ଯାତ୍ରାରେ ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ସାଂସଦପ୍ରତିନିଧି ଦୀପକ ବାରିକ,ବିଡ଼ିଓ ସାମି ଜୟଶ୍ରୀ ରେଡ, ଡବ୍ଲ୍ୟୁଓ ଜ୍ୟୋତି ରଞ୍ଜନ ବେଉରା,ଏପିଓ ସଂବିତ କୁମାର ମିଶ୍ର, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ଜୟ ମହନ୍ତ ଆଦିଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରି, ସରପଞ୍ଚ, ସମିତି ସଭ୍ୟ ଓ ଜନସାଧାରଣ ସାମିଲ ଥିଲେ l