-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ଲାଙ୍ଗିର ଗାନ୍ଧୀନଗର ପଡା ନିବାସୀ ପ୍ରଶାନ୍ତ ପ୍ରଧାନ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିସିତ ହେଉଛନ୍ତି l ତାଙ୍କ ଗୋଡରେ ଗାଡି ଚଢିଯିବା ଯୋଗୁ ଅପରେଶନ ପାଇଁ ଡକ୍ଟର ରକ୍ତ ଜୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ l ରକ୍ତ ପାଇଁ ଅନେକ ଲୋକଙ୍କୁ ଫୋନ୍ କରୀଥିଲେ ମଧ୍ୟ ରକ୍ତ ପାଇବାଋ ବଞ୍ଚିତ ହୋଇଥିଲେ ପ୍ରଶାନ୍ତ l ଶେଷରେ ପ୍ରଶାନ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ l ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର୍ ଭୋଇ ଫୋନ୍ କରିବା ମାତ୍ରେ ରାମ ନାୟକ ସଙ୍ଗେ ସଙ୍ଗେ ବନ୍ଧପଡା ଗ୍ରାମ ୨୧କିମି ଦୂରରୁ ଆସି ବଲାଙ୍ଗିର ରକ୍ତ ଭଣ୍ଡାର ରେ ରକ୍ତଦାନ କରିଥିଲେ l ନୁତନ ବର୍ଷରେ ସମସ୍ତେ ମଜା ମଜଲିସ ରେ ମସଗୁଲ ଥିବା ବେଳେ ୨୧କିମି ଦୂରରୁ ଆସି ରକ୍ତଦାନ କରୀ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ମାନବିକତା ର ପରିଚୟ ସୃଷ୍ଟି କରିଛନ୍ତି ରାମ ନାୟକ l ରକ୍ତଦାନ ପରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରାମ ନାୟକଙ୍କୁ ଚାରା ବଣ୍ଟନ କରାଯାଇଥିଲା l ରକ୍ତଦାନ ସମୟରେ ବ୍ଲଡ଼ ବ୍ଯାଂକ ଷ୍ଟାଫ ସ୍ୱାଗତିକା ରାଉଳ, ଗଂଗାଧର ପଧାନ, କେଶବ ସାଣ୍ଡ ମଧ୍ୟ ଉପସ୍ଥିତ ଥିଲେ