-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ନୂଆପଡ଼ା(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା କୋମନା ବ୍ଲକ ସିଆଲଲଟି ଗ୍ରାମପଞ୍ଚାୟତ ର ବାଗମୁଣ୍ଡା ଗାଁ ରେ ମଦର ଟେରେସା ସେବା ସଙ୍ଗଠନ ତରଫରୁ ବଟବୃକ୍ଷ ରୋପଣ କାର୍ଯ୍ୟକ୍ରମ ସକାଳ ୯ ଘଣ୍ଟା ସମୟ ରେ ବଟବୃକ୍ଷ ଙ୍କୁ ପୂଜାର୍ଚନା କରାଯାଇ ଲୋକଙ୍କ ମଙ୍ଗଳ ମାନସୀ ରୋପଣ କରାଯଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଜେ ପି ଯୁବ ସଭାପତି ଅଭିନନ୍ଦନ ପଣ୍ଡା, ମଦର ଟେରେସା ସେବା ସଙ୍ଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ, କାର୍ଯ୍ୟକର୍ତା ସତ୍ୟବ୍ରତ ସାମଲ,
ତୁଳସ ପଟେଲ ଖେରା ମଟାରୀ, ଉପେନ୍ଦ୍ର ମଟାରୀ, ଶିବ ବାଗ, ଭୁବନେଶ୍ୱର ସାହୁ, ସନ୍ତୋଷିନୀ ସାହୁ, ଛବିଲୋଚନ ସାହୁ ଓ ଗ୍ରାମ ର ମହିଳା ଯୁବକ, ଭଦ୍ର ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମଦର ଟେରେସା ର ଅଭିନବ ଅଭିଯାନ ନୂତନ ବର୍ଷରେ ଲୋକ ଭୋଜିଭାତରେ ମସଗୁଲ ଥିବାବେଳେ ମଦରଟେରେସା ବଟବୃକ୍ଷରୋପଣ କରି ସମାଜକୁ ନୂତନ ସନ୍ଦେଶ ବୃକ୍ଷ ହିଁ ବନ୍ଧୁ ବୃକ୍ଷ ଆମକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଉଛି ଏଣୁ ନୂତନ ବର୍ଷରେ ଅଭିଯାନକୁ ବହୁ ଲୋକ ପ୍ରଶଂସା କରିଛନ୍ତି।