-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ନୂଆପଡ଼ା(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୁଆଗାଁ ପଞ୍ଚାୟତର କାଲି ମାଟି ଗାଁରେ ଗୋଟିଏ ପରିବାରରେ ତିନି ଭାଇ ଭଉଣୀ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି।ଜନ୍ମ ସମୟରେ ତିନି ଭାଇ ଭଉଣୀ ସୁସ୍ଥ ଥିବା ବେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ କୌଣସି ଏକ ରୋଗରେ ଆକ୍ରାନ୍ତ ହେଲେ। ମା’ବାପା କୁଲି ମଜୁରି କରି ବିଭିନ୍ନ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ନିରାଶ ହେଲେ। ରୋଗ ଭଲ ହେଲା ନାହିଁ, ଧୀରେ ଧୀର ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇ ଦିବ୍ୟାଙ୍ଗ ପାଲଟିଗଲେ। ଗୋଟିଏ ପରିବାରର ବଡ଼ଭଉଣୀ ସମେତ ଦୁଇ ଭାଇଙ୍କ ଏଭଳି ଅବସ୍ଥା ହୋଇଛି। ଉକ୍ତ ଗାଁର ରଘୁନାଥ ହାତୀଙ୍କ ସ୍ତ୍ରୀ ଲାଲଦେଇ, ଝିଅ ଗୁଲାପି(୩୦), ପୁଅ ପୀତାମ୍ବର (୩୫) ଓ କ୍ଷୀରସିନ୍ଧୁ (୨୨)। ପରିବାରଟି ଗରିବ ଶ୍ରେଣୀର ହୋଇଥିବା ବେଳେ ଜମିବାଡ଼ି କମ ରହିଛି। ଦୁଃଖକଷ୍ଟ କରି ରଘୁ ନାଥ ପରିବାର ପ୍ରତିପୋଷଣ କରୁଛନ୍ତି। ଏମିତିରେ ଝିଅପୁଅ ଜନ୍ମବେଳେ ସମସ୍ତେ ସୁସ୍ଥସବଳ ଥିଲେ। କିନ୍ତୁ ସେମାନଙ୍କୁ ୧୪/୧୫ ବର୍ଷ ଛୁଇଁବା ପରେ ଜଣଜଣ କରି
କୌଣସି ଏକ ରୋଗରେ ଆକ୍ରାନ୍ତ ହେଲେ। ଆସ୍ତେଆସ୍ତେ ସମସ୍ତଙ୍କ ଅଣ୍ଟାରୁ ତଳକୁ ଅକାମି ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି। ଅନ୍ୟପକ୍ଷେ ପୁଅଝିଅଙ୍କ ଚିକିତ୍ସା ପାଇଁ ମା’ବାପା ଧାରକରଜ କରି ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏବେ ୩ ପୁଅଝିଅଙ୍କ ସେବାରେ ମା’ବାପାଙ୍କ ଦିନ ବିତୁଛି। ସରକାରୀ ସହାୟତା କହିଲେ ସେମାନଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଥିବା ବାପା ରଘୁନାଥ ପ୍ରକାଶ କରିଛନ୍ତି। ସରକାରୀ ଯୋଜନାରେ ମିଳିଥିବା ଆବାସ ଗୃହର ସମ୍ପୂର୍ଣ ଟଙ୍କା ମିଳିନଥିବାରୁ ତାହା ଅସମ୍ପୂର୍ଣ୍ଣ ରହିଛି। ଗାଁରେ ସମସ୍ୟା ହେବାରୁ ଏବେ ସପରିବାର ନିଜ କ୍ଷେତରେ ଏକ ଝାଟିମାଟି ଘର କରି ରହୁଛନ୍ତି। ଏନେଇ ବାରମ୍ବାର ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ନିରାଶ ହୋଇଥିବା ରଘୁନାଥ କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ରଘୁନାଥ ଓ ଲାଲଦେଇ ନିବେଦନ କରିଛନ୍ତି।