-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||     

HOME   ଜିଲ୍ଲା

ନିଜ ଜୀବନ ନିଜ ହାତରେ, ନୂଆପଡାରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ୨୦୨୫ ଉଦ୍ଘାଟିତ

02-Jan-2025



ନୂଆପଡ଼ା(ପରମେଶ୍ୱର ମେହେର):  ତା ୧.୦୧.୨୦୨୫ ଠାରୁ ୦୭.୦୧.୨୦୨୫  ପର୍ଯ୍ୟନ୍ତ  ସଡକ ସୁରକ୍ଷା ସଚେତନତା ସପ୍ତାହ ତଥା ଏକ ମାସ ବ୍ୟାପି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସମଗ୍ର ନୂଆପଡ଼ା ଜିଲ୍ଲାରେ ପାଳିତ ହେବ l ଏହାର ପ୍ରଥମ ତଥା ଉଦଘାଟନୀ ଦିବସ କାର୍ଯ୍ୟକ୍ରମ ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ  ଅନୁଷ୍ଠିତ ହୋଇଯାଇଛି। ସକାଳ 10 ଘଣ୍ଟା ସମୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର , ଅତିରିକ୍ତ ଜିଲ୍ଲାପାଳ ଭିମସେନ୍ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡି ଏଫ୍ ଓ ମହାଦେବ ବଡ଼ାଇକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାକାନ୍ତ ମେହେର ପ୍ରମୁଖ  ଯୋଗଦାନ କରି ଥିଲେ l ଆଞ୍ଚଳିକ ପରିବହନ ଅଧିକାରୀ ରାମ ସିଂ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଡକ ସୁରକ୍ଷା ଉପରେ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଦୁର୍ଘଟଣା ମୃତ୍ୟୁକୁ ଶୂନ କରିବା ଲକ୍ଷ୍ୟ  ହାସଲ କରିବା ଉପରେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ତଥା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ l ଘରୁ ବାହାରକୁ ବାଇକ୍ ନେ଼ଇ ବାହାରିବା ମାତ୍ରେ ସଙ୍ଗରେ ହେଲମେଟ ନେବାପାଇଁ ସମସ୍ତେ ଯତ୍ନବାନ ହେବେ l ବାପାମା ଭୁଲ୍ ରେ ବି ନାବାଳକ ମାନଙ୍କୁ ଗାଡ଼ି ମଟର ଚଳାଇବା ପାଇଁ ଅନୁମତି ଦିଅନ୍ତୁ ନାହିଁ l ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ସଡକ ସୁରକ୍ଷା ଶପଥ ପାଠ କରାଇଥିଲେ ଓ ସ୍ଲୋଗାନ ରଖିଥିଲେ ନିଜ ଜୀବନ ନିଜ ହାତରେ l ଆର ଟି ଓ ଙ୍କ ତତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରା ଓ ସଚେତନତା ରଥକୁ ଜିଲ୍ଲାପାଳ ଏବଂ ଅତିଥି ମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ନେସନାଲ ହାଇସ୍କୁଲ ର ଛାତ୍ର ଓ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ସଚେତନତା ବାର୍ତା 
ପ୍ଲାକାର୍ଡ ପ୍ରଦର୍ଶନ କରି ସହର ପରିକ୍ରମା କରିଥିଲେ l ଏଥିରେ ଅତିଥି ମାନଙ୍କ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଥିଲେ lସଡ଼କ ସୁରକ୍ଷା ସଚେତନତା  ସପ୍ତାହ ପାଳନ ଅବସରରେ ସମସ୍ତ ବ୍ଲକ ତଥା ଏନ୍ ଏ ସି ଅଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଶିକ୍ଷାନୁଷ୍ଠାନ  ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବ l  ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇ ଉଦଯାପନୀ ଦିବସରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ l ଏହି ସପ୍ତାହ ୦୫ ତାରିଖରେ ଆର୍ ଟି ଓ ଅଫିସ୍

ରେ ଏକ ରକ୍ତଦାନ ଶିବିର ଅୟୋଜନ  କରାଯିବ l  ସଡ଼କ ଦୁର୍ଘଟଣା ସମୟରେ ଓ ପରେ କିପରି ଭାବେ  ଆହତ ବ୍ୟକ୍ତି ର ତୁରନ୍ତ ଆଶୁ ଚିକିତ୍ସାର ବ୍ୟବସ୍ଥା ହୋଇପାରିବ ସେଥିପାଇଁ ରକ୍ଷକ ଯୋଜନା ଅଧୀନରେ ପଥପ୍ରାନ୍ତ ପ୍ରାଥମିକ ଚିକିତ୍ସା ଟ୍ରେନିଂ ଆୟୋଜନ କରାଯିବ l ୦୭ ତାରିଖରେ ସପ୍ତାହ ଉଦଯାପନୀ ଦିବସରେ ନୂଆପଡ଼ା ସହରରେ ଏକ ବାଇକ୍ ରେଲି ସହିତ ଆର୍ ଟି ଓ କାର୍ଯ୍ୟାଳୟରେ ଏକ ସଚେତନତା ସଭା ଆୟୋଜନ କରାଯିବ l ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବସ ସଙ୍ଘ କର୍ମକର୍ତ୍ତା, ସାମ୍ବାଦିକ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର  ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   02-May-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   02-May-2026
  ରାଜ୍ୟ  
ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   02-May-2026
  ଜିଲ୍ଲା  
ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   02-May-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ   02-May-2026
  ଜିଲ୍ଲା  
*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   02-May-2026
  ଜିଲ୍ଲା  
ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   02-May-2026
  ଜିଲ୍ଲା  
ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   02-May-2026
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026

You Might Also Like