-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଡକ୍ଟର ଦିନେଶ ଅଗ୍ରୱାଲାଙ୍କ କବିତା ପୁସ୍ତକ "ନୀଳ ଅଭିମାନ"ଉନ୍ମୋଚିତ ହୋଇଯାଇଛି। ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏହି ପୁସ୍ତକଟି କଟକ ପ୍ରଗତି ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଛି।ପ୍ରାଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କଲେ ଯେ ଜଣେ କବି ଲେଖାଟିଏ ପାଇଁ ରାତି ରାତି ଅନିଦ୍ରା ରହି ଗର୍ଭଯନ୍ତ୍ରଣା ଠାରୁ ଆହୁରି କଷ୍ଟ ପାଇ କବିତା ରଚନା କରେ । ତେଣୁ କବିଟିଏ ପାଇଁ ପୁସ୍ତକ ଲୋକାର୍ପଣ ଏକ ଉତ୍ସବ ଅଟେ । ଏହାଠାରୁ ଆଉ ଖୁସିର କଥା କଣ ହେଇପାରେ । ଆଲୋଚକ ଭାବରେ ଯୋଗଦାନ କରିଥିଲେ ବିଜେପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଚିନ୍ମୟ ସାହୁ । ତ୍ୟାଗ ସମ୍ପର୍ପଣର ମୂର୍ତ୍ତିମତୀ ପ୍ରତୀକ ଭାବେ ରାଧା ଚରିତ୍ରକୁ ଉପସ୍ଥାପନା କରିଥିଲେ । କୃଷ୍ଣଙ୍କ ଅନୁପସ୍ଥିତିରେ କୃଷ୍ଣଙ୍କ ରାଧାଙ୍କର ଅଭିମାନ ହିଁ ଏ ସଂକଳନର କବିତା ସମଗ୍ର । ମହାବିଦ୍ୟାଳୟର ପ୍ରାଧ୍ୟାପକ ଯୋଗେଶଚନ୍ଦ୍ର ଭୋଇ, ପ୍ରାଧ୍ୟାପକ ମହେନ୍ଦ୍ର ପଧାନ, ଅଧ୍ୟାପକ ଅମୂଲ୍ୟନିଧି ପଧାନ, ଡ.ଅକ୍ଷୟ କୁମାର ସାହୁ ଅଧ୍ୟାପକ ପଦ୍ମଲୋଚନ ଷାଣ୍ଢ, ଖେଳ ଶିକ୍ଷକ ସାନନ୍ଦ ସେଠ୍, ଅଧ୍ୟାପକ ଶାନ୍ତନୁ କୁମାର ସାହୁ, ଅଧ୍ୟାପକ ରମେଶ ସାହୁ, ଅଧ୍ୟାପିକା ମାନସୀ ମହାରଣା, ଝରଣା ମହାକୁର, ପ୍ରତୀକ୍ଷା ସେଠ, ପ୍ରତିଭା ରାନୀ ରଥ, ଲିପ୍ସା ମହାପାତ୍ର, ସନ୍ତୋଷିନୀ ପଧାନ, ମଣ୍ଟି ବିଶି, ପୂଜା ପଧାନ, ଅନିମା କର୍ମୀ, ସ୍ଵାଗତିକା ଗଡ଼ତିଆ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ।